ଭୁବନେଶ୍ବର : ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୨୪୭୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୪୬୨ ଜଣ କ୍ବାରେଣ୍ଟାଇନ୍ରେ ରହିଥିବା ବେଳେ ୧୦୦୮ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୬୨୦୧୧ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି ।
ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୧୭୦ଜଣ, ବାଲେଶ୍ୱର ଜିଲ୍ଲାରୁ ୧୦୬, ବରଗଡ଼ ଜିଲ୍ଲାରୁ ୬୯ଜଣ, ଭଦ୍ରକ ଜିଲ୍ଲାରୁ ୬୭ଜଣ, ବଲାଙ୍ଗୀର ଜିଲ୍ଲାରୁ ୯୧ଜଣ, ବୌଦ୍ଧ ଜିଲ୍ଲାରୁ ୭୦ଜଣ, କଟକ ଜିଲ୍ଲାରୁ ୧୮୬ଜଣ, ଦେଓଗଡ଼ ଜିଲ୍ଲାରୁ ୧୨ଜଣ, ଢେଙ୍କାନାଳ ଜିଲ୍ଲାରୁ ୫୦ଜଣ, ଗଜପତି ଜିଲ୍ଲାରୁ ୯ଜଣ, ଗଞ୍ଜାମ ଜିଲ୍ଲାରୁ ୩୬ଜଣ, ଜଗତସିଂହପୁର ଜିଲ୍ଲାରୁ ୬୪ଜଣ, ଯାଜପୁର ଜିଲ୍ଲାରୁ ୭୨ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୫୪ଜଣ, କଳାହାଣ୍ଡି ଜିଲ୍ଲାରୁ ୫୫ଜଣ, କନ୍ଧମାଳ ଜିଲ୍ଲାରୁ ୪୨ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୮୭ଜଣ, କେନ୍ଦୁଝର ଜିଲ୍ଲାରୁ ୪୨ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୩୬୮ଜଣ, କୋରାପୁଟ ଜିଲ୍ଲାରୁ ୩୨ଜଣ, ମାଲକାନଗିରି ଜିଲ୍ଲାରୁ ୩୦ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୧୩୪ଜଣ, ନବରଙ୍ଗପୁର ଜିଲ୍ଲାରୁ ୫୮ଜଣ, ନୟାଗଡ଼ ଜିଲ୍ଲାରୁ ୨୩ଜଣ, ନୂଆପଡ଼ା ଜିଲ୍ଲାରୁ ୮୫ଜଣ, ପୁରୀ ଜିଲ୍ଲାରୁ ୮୭ଜଣ, ରାୟଗଡ଼ା ଜିଲ୍ଲାରୁ ୩୧ଜଣ, ସମ୍ବଲପୁର ଜିଲ୍ଲାରୁ ୫୪ଜଣ, ସୋନପୁର ଜିଲ୍ଲାରୁ ୫୩ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୧୬୧ଜଣ, ଷ୍ଟେଟ ପୁଲ୍ରୁ ୭୨ଜଣ ରହିଛନ୍ତି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0