ବାରିପଦା : ଆଜିଠୁ ଖୋଲିଲା ଦ୍ଵିତୀୟ ଶ୍ରୀକ୍ଷେତ୍ର ବାରିପଦା ଜଗନ୍ନାଥ ମନ୍ଦିର । ଆଜି ସକାଳୁ ସାଧାରଣ ଭକ୍ତଙ୍କୁ ମନ୍ଦିର ଭିତରକୁ ପ୍ରବେଶ ଅନୁମତି ମିଳିଛି । ବାରିପଦା ସମେତ ଖିଚଂ ମନ୍ଦିର, କଖାରୁଆ ବୈଦ୍ୟନାଥ ମନ୍ଦିର, ଶିମିଳେଶ୍ଵର ମନ୍ଦିର, ଦେବକୁଣ୍ଡ ମା’ ଅମ୍ବିକା ଦେବୀଙ୍କ ପରି ସମସ୍ତ ମନ୍ଦିର ମଧ୍ୟ ଆଜିଠୁ ଖୋଲିଛି। ସେବାୟତମାନେ ସାନିଟାଇଜ ବ୍ୟବହାର କରିବା ସହ ସମସ୍ତଙ୍କ ନିମନ୍ତେ ମାକ୍ସ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି।
ସୂଚନାଯୋଗ୍ୟ, ମନ୍ଦିର ଖୋଲିବା ନେଇ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗତ ୨୯ ତାରିଖରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ବିଭିନ୍ନ ଧର୍ମାନୁଷ୍ଠାନର ଅଧିକାରୀଙ୍କ ସହ ଆଲୋଚନା ପରେ ଜିଲ୍ଲାପାଳ ଏହି ନିଷ୍ପତ୍ତି ନେଇଥିଲେ। କିନ୍ତୁ କୋଭିଡ୍ ଗାଇଡ୍ଲାଇନ୍କୁ କଡ଼ାକଡ଼ି ଭାବେ ପାଳନ ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0