କରୋନା ଭଳି ଏକ ମହାମାରୀ ସମୟରେ ବୃଦ୍ଧି ପାଉଛି ଆତ୍ମହତ୍ୟା ଏବଂ ଏହି ଆତ୍ମହତ୍ୟାର ଅଧିକ ଶିକାର ହେଉଛନ୍ତି ଯୁବପୀଢି । ଆଜି ଅର୍ଥାତ ସେପ୍ଟେମ୍ବର ୧୦କୁ ବିଶ୍ୱ ଆତ୍ମହତ୍ୟା ନିରୋଧ ଦିବସ ଭାବେ ପାଳନ କରାଯାଏ । ଏଭଳି ସ୍ଥିତିରେ ଚଳିତ ବର୍ଷ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାର ଶୀର୍ଷକ ରଖିଛି ‘ସମସ୍ତେ ମିଳିମିଶି ଆସନ୍ତୁ ଆତ୍ମହତ୍ୟାକୁ ରୋକିବା । ମିଳିଥିବା ତଥ୍ୟ ଅନୁଯାୟୀ, ପ୍ରତିଦିନ ଏହି ଆତ୍ମହତ୍ୟା ବଢିବାରେ ଲାଗିଛି । ୨୦୧୯ରେ ଭାରତରେ ୧ଲକ୍ଷ ୪୦ ହଜାର ଲୋକ ଆତ୍ମହତ୍ୟା କରିଥିବା ବେଳେ, ସେଥି ସମୟରେ ଓଡ଼ିଶାରେ ୪୫ଶହ ଲୋକ ଆତ୍ମହତ୍ୟା କରିଛନ୍ତି । ଅର୍ଥାତ ପ୍ରତିଦିନ ୧୨ରୁ ୧୩ ଜଣ ଲୋକ ଆତ୍ମହତ୍ୟା କରୁଛନ୍ତି। ଯଦି ଭାରତର ପରିସଂଖ୍ୟନକୁ ଦେଖିବା ତେବେ ଭାରତରେ ପ୍ରତିଦିନ ୩୮୦ଜଣ ଆତ୍ମହତ୍ୟା କରୁଥିବାବେଳେ ପ୍ରତି ଘଣ୍ଟା ହାରାହାରି ଭାବେ ୧୬ଜଣ ଭାରତୀୟ ଆତ୍ମହତ୍ୟା କରୁଛନ୍ତି। ୨୦୧୯ରେ ଦେଶରେ ୧୦ ହଜାର ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଥିଲେ। ପ୍ରତି ବର୍ଷ ବିଶ୍ୱରେ ପ୍ରାୟ ୮ଲକ୍ଷ ଲୋକ ଆତ୍ମହତ୍ୟା କରୁଛନ୍ତି। ଅର୍ଥାତ୍ ପ୍ରତି ୪୦ ସେକେଣ୍ଡରେ ଜଣେ ଲୋକ ଆତ୍ମହତ୍ୟା କରୁଛନ୍ତି।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0