spot_img

ଗଜପତି ଜିଲ୍ଲାରୁ ବିପୁଳ ଗଞ୍ଜେଇ ଜବତ

ଗଜପତି: ଗଜପତି ଜିଲ୍ଲାର ଉଦୟଗିରି ପୁଲିସକୁ ମିଳିଛି ଏକ ବଡ଼ ସଫଳତା । ଉଦୟଗିରି ପୁଲିସ ଏକ କଣ୍ଟେନର ଗାଡ଼ିସହ ପ୍ରାୟ ୧୦ କୁଇଣ୍ଟାଲରୁ ଉର୍ଦ୍ଧ ଗଞ୍ଜେଇ ଜବତ ହୋଇଛି । ଗଞ୍ଜେଇ ଚୋରାଚାଲାଣ ଅଭିଯୋଗ ନେଇ ବିହାରର ଗାଡ଼ିଚାଳକ ଧରମ୍ ବୀର ସିଂ କୁ ଗିରଫ କରାଯାଇଛି ।ସୂଚନାକ୍ରମେ, ଗଜପତି-ରାୟଗଡ଼ା ସୀମାନ୍ତ ଅଞ୍ଚଳରୁ ଏକ ଗଞ୍ଜେଇ ବୋଝେଇ ଗାଡ଼ି ଛତିଶଗଡ଼ ଅଭିମୁଖେ ଯିବା ପାଇଁ ଉଦ୍ୟମ କରୁଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ ଉଦୟଗିରି ପୁଲିସ ସେହି ଗାଡ଼ିର ସଂନ୍ଧାନରେ ବାହାରିଥିଲେ । ତେବେ ମହେନ୍ଦ୍ରଗଡ଼ ନଦୀ ନିକଟରେ ଉକ୍ତ ଗାଡ଼ିକୁ ଜବତ କରିବା ସହ ଗାଡ଼ିଚାଳକ ଧରମବୀର ସିଂ କୁ ମଧ୍ୟ ଗିରଫ କରିବାରେ ସଫଳ ହୋଇଥିଲେ । ଗାଡ଼ିଟିକୁ ଯାଞ୍ଚକରିବାରୁ ସେଥିରୁ ପାଖାପାଖି ୧୦୦ ପ୍ୟାକେଟର ଗଞ୍ଜେଇ ଜବତ ହୋଇଛି । ତେବେ ଘଟଣାରେ ଅନ୍ୟ କୌଣସି ବ୍ୟକ୍ତିଙ୍କ ସଂପୃକ୍ତି ଅଛି କି ନାହିଁ ସେନେଇ ପୁଲିସ ତଦନ୍ତ ଜାରୀ ରଖିଛି ।
ଗଜପତି ଜିଲ୍ଲାରେ ନୂତନ ଏସପି ଭାବେ ତପନ କୁମାର ପଟ୍ଟନାୟକ ଯୋଗ ଦେବା ପରେ ଗଞ୍ଜେଇ ମାଫିଆଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଥିଲା । ଚଳିତ ବର୍ଷ ଗଞ୍ଜେଇ ଚୋରା ଚାଲାଣ ରୋକିବାରେ ବେଶ ସଫଳତା ହାସଲ କରିଛି ଗଜପତି ପୁଲିସ ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular