ଗତକାଲି ‘ଗଣତନ୍ତ୍ର ପାଇଁ ଶିଖର ବୈଠକ’ରେ ଉଦ୍ଘାଟନୀ ଅଭିଭାଷଣ ଦେବା ବେଳେ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ କଂଗ୍ରେସ ସଦସ୍ୟ ତଥା ନାଗରିକ ଅଧିକାର କର୍ମୀ ଜନ୍ ଲିୱିସ୍ କରିଥିବା କାର୍ଯ୍ୟାବଳୀର ଦୃଷ୍ଟାନ୍ତ ଦେବା ବେଳେ ମହାତ୍ମା ଗାନ୍ଧୀ ଏବଂ ନେଲ୍ସନ୍ ମଣ୍ଡେଲାଙ୍କ କଥା ଉଲ୍ଲେଖ କରିଛନ୍ତି। ଏହି ଶିଖର ସମ୍ମିଳନୀକୁ ୱାସିଂଟନ୍ ଭାରତ, ଚୀନ୍, ରୁଷ୍, ସାଉଦି ଆରବ ସମେତ ୧୧୦ ଦେଶଙ୍କୁ ଆମନ୍ତ୍ରଣ କରିଛି। ସେ କହିଛନ୍ତି, ସମଗ୍ର ବିଶ୍ବରେ କଂଗ୍ରେସ୍ ସଦସ୍ୟ ଜନ୍ ଲିୱିସ୍ ଥିଲେ ଗଣତନ୍ତ୍ର ଓ ନାଗରିକ ଅଧିକାରର ମହାନ୍ ସମର୍ଥକ। ସେ ଗାନ୍ଧୀ ଓ ମଣ୍ଡେଲାଙ୍କ ଭଳି ମହାନ୍ ନେତାଙ୍କଦ୍ବାରା ଉଦ୍ବୁଦ୍ଧ ହୋଇଥିଲେ। ଗଣତନ୍ତ୍ର ସବୁ ଯାହା ପାରି ତାହା ନୁହେଁ। ଆମେ ସବୁ କଥାରେ ସମ୍ମତ ହୁଅନ୍ତି ନାହିଁ। କିନ୍ତୁ, ମୋ ମତରେ, ଆଜି ଆମେ ଯାହା ସବୁ ଚୟନ କରିବା ସେଗୁଡ଼ିକ ସମ୍ମିଳିତ ଭାବେ ଉତ୍ତର ପିଢ଼ିମାନଙ୍କ ଭବିଷ୍ୟତ ନିର୍ଦ୍ଧାରଣ କରିବ। ଆମେ ନ୍ୟାୟ ଏବଂ ଅବାଧ ବାକ୍ସ୍ବାଧୀନତା ନୀତି, ଅବାଧ ସମବେତ ଏବଂ ଅବାଧ ଗଣମାଧ୍ୟମ, ଧାର୍ମିକ ସ୍ବାଧୀନତା, ପ୍ରତ୍ୟେକ ବ୍ୟକ୍ତିଙ୍କ ନିମନ୍ତେ ଜନ୍ମଗତ ମାନବ ଅଧିକାରକୁ ସମର୍ଥନ କରିବା ବୋଲି ସେ କହିଛନ୍ତି।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0