spot_img

ଆଜି ଚଳିତ ବର୍ଷର ଶେଷ ଚନ୍ଦ୍ରଗ୍ରହଣ

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆଜିର ଚନ୍ଦ୍ରଗ୍ରହଣକୁ ବେଶ ପ୍ରଭାବଶାଳୀ କୁହାଯାଉଛି । ଆଜି ଚଳିତ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ଆଜି ସଂଗଠିତ ହେବ । ଏହା ବର୍ଷର ୪ର୍ଥ ଚନ୍ଦ୍ରଗ୍ରହଣ । ଦିନ ଗୋଟାଏ ୪ ମିନିଟରୁ ୫ଟା ୨୫ ମିନିଟ ପର୍ୟ୍ୟନ୍ତ ରହିବ । ଅପରାହ୍ଣ ୩ଟା ୧୩ ମିନିଟରେ ଏହା ଶୀର୍ଷରେ ରହିବ । ତେବେ ଏହା ଉପଛାୟା ଚନ୍ଦ୍ରଗ୍ରହଣ ହୋଇଥିବାରୁ ଖାଲି ଆଖିରେ ଦେଖାଯିବ ନାହିଁ । ପୂର୍ବ ଗ୍ରହଣ ଠାରୁ ଆଜି ଗ୍ରହଣ ଅବଧି ଅଧିକ ରହିବ । ପ୍ରଥମ ଚନ୍ଦ୍ରଗ୍ରହଣ ଜାନୁଆରୀ ୧୦ ତାରିଖରେ ସଂଗଠିତ ହୋଇଥିବା ବେଳେ ଦ୍ୱିତୀୟଟି ଜୁନ ୫ ତାରିଖ ଓ ତୃତୀୟଟି ଜୁଲାଇ ୪ ତାରିଖରେ ହୋଇଥିଲା । ଭାରତର ନିର୍ଦ୍ଦିଷ୍ଟ କେତେକ ଅଞ୍ଚଳରେ ଏହା ଆଂଶିକ ଦେଖାଯିବ । ବିହାର, ଆସାମ, ପଶ୍ଚିମବଙ୍ଗ, ଉତ୍ତରାଖଣ୍ଡ ଓ ଉତ୍ତରପ୍ରଦେଶର କେତେକ ଅଞ୍ଚଳରେ ଦୃଶ୍ୟମାନ ହେବ । ତେବେ ୟୁରୋପ, ଏସିଆ, ଅଷ୍ଟ୍ରେଲିଆ, ଉତ୍ତର ଆମେରିକା, ଦକ୍ଷିଣ ଆମେରିକାରେ ଦୃଶ୍ୟମାନ ହେବ ।

 

 

 

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular