ଆଜି ହେଉଛି ବିଶ୍ୱ ପର୍ଯ୍ୟଟନ ଦିବସ । ଚଳିତ ବର୍ଷ କରୋନା କଟକଣା ମଧ୍ୟରେ ସାମାଜିକ ଦୂରତା ରକ୍ଷା କରି ଏହାକୁ ପାଳନ କରାଯାଉଛି । ଏହି ଅବସରରେ କୋଣାର୍କ ଏବଂ ପୂରୀରେ ପର୍ଯ୍ୟଟକଙ୍କ ପାଇଁ ବିଶେଷ ଆୟୋଜନ ହୋଇଛି । କିନ୍ତୁ ଏଥର ବିଶ୍ୱ ପର୍ଯ୍ୟଟନ ଦିବସ ପାଳନ ଫିକା ରହିଛି । ଏହି ଅବସରରେ ପୁରୀ ବେଳାଭୂମି ଖାଲି ରହିଛି । ପ୍ରତିବର୍ଷ ପରି ଚଳିତ ବର୍ଷ ବିଶ୍ୱ ପର୍ଯ୍ୟଟନ ଦିବସରେ ପର୍ଯ୍ୟଟକ ଦେଖିବାକୁ ମିଳୁନାହାଁନ୍ତି । ହାତ ବାନ୍ଧି ବସିଛନ୍ତି ହେଟେଲ ବ୍ୟବସାୟୀ । ପୁରୀରେ ଅନଲକ ୪ ପରେ ପର୍ଯ୍ୟଟକଙ୍କୁ ପୁରୀ ଆସିବାକୁ ଅନୁମତି ମିଳିଛି । କିନ୍ତୁ କରୋନା ପାଇଁ କେହି ପୁରୀ ଆସୁ ନାହାଁନ୍ତି । ପ୍ରତ୍ୟେକ ବର୍ଷ ସେପ୍ଟେମ୍ବର ୨୭ ତାରିଖକୁ ବିଶ୍ୱ ପର୍ଯ୍ୟଟନ ଦିବସ ଭାବେ ପାଳନ କରାଯାଇଥାଏ । ଚଳିତ ବର୍ଷ ବିଶ୍ୱ ପର୍ଯ୍ୟଟନ ଦିବସର ଥିମ୍ ରହିଛି ପର୍ଯ୍ୟଟନ ଓ ଗ୍ରାମୀଣ ବିକାଶ ।