( )ଆଜି ପବିତ୍ର ଶ୍ରୀପଞ୍ଚମୀ…. ବିଦ୍ୟାଦ୍ରାତ୍ରୀ ମା’ ସରସ୍ୱତୀଙ୍କ ପୂଜା…. କରୋନା କଟକଣା ଭିତ୍ତିରେ ନିରାଡମ୍ବର ଭାବେ ପୂଜା ଆୟୋଜନ….. ସଂକ୍ରମଣକୁ ଦୃଷ୍ଟିରେ ରଖି ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା କରିଛନ୍ତି ସ୍କୁଲ ଓ ଗଣ ଶିକ୍ଷା ବିଭାଗ…..ସେପଟେ ଶ୍ରୀକ୍ଷେତ୍ରରେ ଆଜି ଅନୁକୂଳ ହେବ ରଥ କାଠ…..
( ) ଦେଶରେ କଡାକଡି ଭାବେ ଲାଗୁ ହେଲା ଫାସଟ୍ୟାଗ ବ୍ୟବସ୍ଥା…. ମଧ୍ୟରାତ୍ରୀରୁ ସମସ୍ତ ଟୋଲ ଗେଟରେ ନିୟମ ଲାଗୁ……ଫାସଟ୍ୟାଗ ନ ଲଗାଇ ଅମାନିଆ ଗାଡିଚାଳକ ଦେଲେ ଦୁଇଗୁଣା ଫାଇନ…….ସେପଟେ ଉତ୍ତର ପ୍ରଦେଶ ଏବଂ ମଧ୍ୟପ୍ରଦେଶର ଇନେ୍ଦାର ଟୋଲ ପ୍ଲାଜାରେ ମଧ୍ୟ ଆଦାୟ କରାଯାଇଛି ଫାଇନ……
( ) ବଦଳୁଛି ରାଜଧାନୀ ରାଜରାସ୍ତାର ଚେହେରା….. ସାଇକେଲ ଚାଳକଙ୍କ ପାଇଁ ତିଆରି ହେଉଛି ସ୍ୱତନ୍ତ୍ର ଟ୍ରାକ….. ରାସ୍ତା ମଝିରେ ପଡିଲା ବାଡ…..ଶିଖରଚଣ୍ଡିରୁ ଇନଫୋସିଟି ଛକ ପର୍ଯ୍ୟନ୍ତ ସାଇକେଲ ଟ୍ରାକ ଚିହ୍ନଟ…..ପୂର୍ବରୁ ହକି ବିଶ୍ୱ କପ୍ ପାଇଁ ତିଆରି ହୋଇଥିଲା ସାଇକେଲ ଟ୍ରାକ……
( ) ଶ୍ରୀମନ୍ଦିର ଐତିହ୍ୟ କରିଡର ନକ୍ସାକୁ ଗୀନ ସିଗନାଲ….. ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ପ୍ରସ୍ତାବିତ ନକ୍ସାକୁ ମିଳିଲା ଅନୁମୋଦନ…… ୫୫ ମିଟର ପରିସରରେ ସମସ୍ତ ଯାନବାହାନ ନିଷେଧ….. ୬ ହଜାର ଭକ୍ତଙ୍କ ପାଇଁ ଶ୍ରୀଜଗନ୍ନାଥ ଅଭ୍ୟର୍ଥନା କକ୍ଷରେ ରହିବ ସମସ୍ତ ମୌଳିକ ସୁବିଧା…….
( )ସାରା ଦୁନିଆରେ ଦିଆଯିବ ସିରମ୍ ଇନଷ୍ଟୁଚ୍ୟଟର କରୋନା ଟିକା…..ଜରୁରୀକାଳିନ ବ୍ୟବହାର ପାଇଁ ଅନୁମତି ଦେଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ…..ଅନୁମତି ଦେବା ପୂର୍ବରୁ ଟିକାର ଗୁଣବତା ଓ ମାନକୁ ଯାଂଚ କଲା ଡବ୍ଲୁଏଚଓ…..
( )ଆସନ୍ତା କାଲିଠୁ ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ସମ୍ଭାବନା….. ପଶ୍ଚିମ ଓଡିଶା ସହ ଆଭ୍ୟନ୍ତରୀଣ ଓଡିଶା ଓ ଉତ୍ତର ଓଡିଶାର କିଛି ସ୍ଥାନରେ ହୋଇପାରେ ମଧ୍ୟମ ଧରଣ ବର୍ଷା…….ଏହାକୁ ଦୃଷ୍ଟିରେ ରଖି ୟେଲୋ ୱାର୍ଣ୍ଣିଂ ଜାରି କଲା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର……



Visitors Today : 4
Total Visitors : 130173
Total Views : 9891620
Visitors Online Now : 0