ମହାନଦୀ ଜଳ ବିବାଦ ମାମଲାରେ ଆଜିର ଶୁଣାଣି ଶେଷ ହୋଇଛି। ଜଷ୍ଟିସ ଏଏମ ଖାନୱଲିକରଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରିଛନ୍ତି। ଶୁଣାଣିରେ ଟ୍ରିବ୍ୟୁନାଲ ସର୍ବମୋଟ ୪୬ ଟି ପ୍ରସଙ୍ଗକୁ ନେଇ ଚୂଡାନ୍ତ କରିଛନ୍ତି। ଏହା ସହ ଟ୍ରିବୁନାଲରେ ନିଯୁକ୍ତ ହୋଇଥିବା ଆସେରରମାନଙ୍କୁ କ୍ରିଷ୍ଣା ଓ କାବେରୀ ଟ୍ରିବୁନାଲ ପରି କମନ ଫରମାଟ ତିଆରି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆସେସର ଟ୍ରିବ୍ୟୁନାଲରେ କମନ ଫରମାଟର କମପାଇଲ କରିବେ। ଏଥିପାଇଁ ଦୁଇ ରାଜ୍ୟ ଓଡିଶା ଏବଂ ଛତିଶଗଡ଼ ଆସେସରଙ୍କୁ ଆବଶ୍ୟକୀୟ ତଥ୍ୟ ୨ ସପ୍ତାହ ମଧ୍ୟରେ ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଟ୍ରିବ୍ୟୁନାଲ। ଆସେସର ତଥ୍ୟ ଗୁଡିକୁ କମ୍ପାଇଲ କରିବା ପରେ ଟ୍ରିବ୍ୟୁନାଲରେ ଦାଖଲ କରିବେ ଏବଂ ପରବର୍ତ୍ତୀ ସମୟରେ ୨ ରାଜ୍ୟର ଟେକନିକାଲ ଟିମ ଏହି କମନ ଫରମାଟ ଉପରେ ଆଲୋଚନା କରିବେ ବୋଲି ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଛନ୍ତି।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0