ଭୁବନେଶ୍ୱର : କରୋନା ନେଲା ଆଉ ୧୦ ଜୀବନ । ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ୁଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ସେହି ଗତିରେ ବୃଦ୍ଧି ପାଉଛି । ରାଜ୍ୟରେ ଆଜି ନୂଆ କରୋନା ମୃତକଙ୍କୁ ମିଶାଇ ମୋଟ୍ ମୃତ୍ୟୁ ସଂଖ୍ୟା ୪୦୯ରେ ପହଞ୍ଚିଲା ।ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି ।
ଆସନ୍ତୁ ଜାଣିବା କେଉଁ ଜିଲ୍ଲାରୁ କେତେଜଣ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି ।
ଅନୁଗୁଳ୪, ବାଲେଶ୍ୱର ୮, ବରଗଡ଼ ୫, ଭଦ୍ରକ ଜିଲ୍ଲାରେ ୬, ବଲାଙ୍ଗୀରି ୩, କଟକରେ ୨୪ ଡ଼େଙ୍କାନାଳ ୨,ଗଜପତିରେ ୧୭, ଗଞ୍ଜାମରୁ ୧୭୪, ଜଗତସିଂହପୁର ୨, ଯାଜପୁରରେ ୪ , ଝାରସୁଗୁଡ଼ାରେ ୧ , କଳାହାଣ୍ଡି ୨, କନ୍ଧମାଳରେ ୭ , କେନ୍ଦ୍ରାପଡ଼ାରେ ୩, କେନ୍ଦୁଝର ୫ , ଖୋର୍ଦ୍ଧାରେ ୫୪ , କୋରାପୁଟ ୩ , ମାଲକାନାଗିରି ୪, ମୟୁରଭଞ୍ଜ ୩, ନବରଙ୍ଗପୁର ୧,ନୟାଗଡ଼ରେ ୧୧ , ପୁରୀରେ ୧୦ , ରାୟଗଡ଼ା ଜିଲ୍ଲାରେ ୨୦, ସମ୍ବଲପୁର ୮ , ସୁବର୍ଣ୍ଣପୁରରୁ ୨ , ସୁନ୍ଦରଗଡ଼ରେ ୨୬, ଜଣଙ୍କର ମୃତ୍ୟୁ ହୋଇଛି ।
ରାଜ୍ୟରେ ୨୫ ହଜାର ୭୯୧ ସକ୍ରିୟ କେସ ଥିବା ବେଳେ ୫୨ ହଜାର ୨୭୭ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।



Visitors Today : 1
Total Visitors : 130170
Total Views : 9891616
Visitors Online Now : 0