ନୂଆଦିଲ୍ଲୀ: ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) ଗ୍ରାହକଙ୍କ ପଇଁ ଜରୁରୀ ଖବର । ଆସନ୍ତ କାଲି (ସେପ୍ଟେମ୍ବର ୧୮)ରୁ ବଦଳିବ ଦେଶର ବୃହତ୍ତମ କମର୍ସିଆଲ ବ୍ୟାଙ୍କ ଏସବିଆଇର ଏଟିଏମରୁ ଟଙ୍କା ଉଠାଣ ନିୟମ । ଗ୍ରାହକଙ୍କୁ ଠକେଇରୁ ରକ୍ଷା ଓ ଟଙ୍କା ଉଠାଣକୁ ସୁରକ୍ଷିତ କରିବା ପାଇଁ ମୋବାଇଲ ଓଟିପି ହେବ ପ୍ରମୁଖ ମାଧ୍ୟମ । ଅର୍ଥାତ ବିନା ଓଟିପିରେ ଟଙ୍କା ଉଠାଣ ହୋଇପାରିବ ନାହିଁ । ତେବେ ଜାଣନ୍ତୁ କଣ ରହିଛି ନୂଆ ପଦ୍ଧତି ..ଏସବିଆଇ ଲିଖିତ ପ୍ରେସ ବିଜ୍ଞପ୍ତିରେ ଦର୍ଶାଇଛି କି , ସେପ୍ଟେମ୍ବର ୧୮ରୁ ଯଦି ଏସବିଆଇର ଯେକୌଣସି ଏଟିଏମରୁ ଦୈନିକ ୧୦,୦୦୦ ଟଙ୍କା ଏବଂ ଏହା ଠାରୁ ଅଧିକ ଉଠାଉଛନ୍ତି ତେବେ ଆପଣଙ୍କ ପଞ୍ଜିକୃତ ମୋବାଇଲ ନମ୍ବରକୁ ଓଟିପି ଯିବ। ଆଉ ସେହି ଓଟିପି ଆସିବା ପରେ ଆପଣ ଟଙ୍କା ଉଠାଇପାରିବେ । ତେବେ ଚିନ୍ତା କରନ୍ତୁ ନାହିଁ , ଏଥିପାଇଁ ଏସବିଆଇ କୌଣସି ଟାଇମ ଲିମିଟ ରଖିନାହିଁ, ଆପଣ ଦିନ ରାତି ୭ ଦିନ ୨୪ ଘଣ୍ଟା ଏହି ସେବା ପାଇପାରିବେ । ଏହି ନିୟମ କେବଳ ଏସବିଆଇ ଡେବିଟ କାର୍ଡଧାରୀଙ୍କ ପାଇଁ ଉର୍ଦ୍ଦିଷ୍ଟ ।..



Visitors Today : 3
Total Visitors : 130169
Total Views : 9891615
Visitors Online Now : 0