ଭୁବନେଶ୍ୱର: ଆଜି ରାଜ୍ୟରେ ୨୨୪୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୧୩୯୦ ଓ ସ୍ଥାନୀୟ ଅଞ୍ଚଳରୁ ୮୫୪ ଜଣ ଆକ୍ରାନ୍ତ ଥିବା ଜଣାଯାଇଛି। ୨୯ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୨,୨୯୪କୁ ବୃଦ୍ଧି ପାଇଛି।
ଆସନ୍ତୁ ଜାଣିବା କେଉଁ ଜିଲ୍ଲାରେ କେତେଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁଯାୟୀ ଏବେ ଗଞ୍ଜାମ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୧୫,୦୧୦ ଥିବା ବେଳେ ଖୋର୍ଦ୍ଧାରେ ୮୯୬୧, କଟକରେ ୪୧୩୦, ଗଜପତିରେ ୨୩୫୭, ଯାଜପୁରରେ ୨୧୪୦, ବାଲେଶ୍ୱରରେ ୨୧୧୮, ଜଗତସିଂହପୁର ଜିଲ୍ଲାରେ ୧୦୮୭, ପୁରୀରେ ୧୮୬୦, କେନ୍ଦ୍ରାପଡ଼ାରେ ୮୮୮, ଭଦ୍ରକ ଜିଲ୍ଲାରେ ୧୬୧୩, ସୁନ୍ଦରଗଡ଼ରେ ୩୨୫୮, ବଲାଙ୍ଗୀରରେ ୯୪୪, କନ୍ଧମାଳରେ ୧୪୭୦, ମୟୂରଭଞ୍ଜରେ ୧୩୧୩, କୋରାପୁଟରେ ୧,୮୦୮, ନୟାଗଡ଼ରେ୧୪ ୮୦, କେନ୍ଦୁଝରରେ ୧୨୧୦, ନୂଆପଡ଼ାରେ ୨୭୮, ଝାରସୁଗୁଡ଼ାରେ ୫୫୩, ଢେଙ୍କାନାଳରେ ୯୨୩, କଳାହାଣ୍ଡିରେ ୮୦୭, ବରଗଡ଼ ଜିଲ୍ଲାରେ ୮୮୩, ଅନୁଗୁଳରେ ୫୩୦, ମାଲକାନଗିରିରେ ୧୩୪୭, ସମ୍ବଲପୁରରେ ୧୪୮୧, ରାୟଗଡ଼ାରେ ୧,୧୭୩ , ବୌଦ୍ଧରେ ୩୮୦, ସୋନପୁର ଜିଲ୍ଲାରେ ୩୪୩, ଦେବଗଡ଼ ଜିଲ୍ଲାରେ ୧୩୭ ଓ ନବରଙ୍ଗପୁର ଜିଲ୍ଲାରେ ୫୧୨ରେ ପହଞ୍ଚିଛି।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0