ଭୁବନେଶ୍ବର: ଆଜି ରାଜ୍ୟରେ ୨୯୯୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୧୮୭୯ ଏବଂ ସ୍ଥାନୀୟ ଅଞ୍ଚଳରୁ ୧୧୧୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି । ୩୦ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏବେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୮ହଜାର ୫୩୦କୁ ବୃଦ୍ଧିପାଇଛି।
ଏବେ ଆସନ୍ତୁ ଜାଣିବା କେଉଁ ଜିଲ୍ଲାରେ କେତେଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପ୍ରଦତ୍ତ ସୂଚନା ଅନୁଯାୟୀ ଗଞ୍ଜାମ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୧୬,୩୪୯ ଥିବା ବେଳେ ଖୋର୍ଦ୍ଧାରେ ୧୧,୮୯୪, କଟକରେ ୫,୩୩୨, ଗଜପତିରେ ୨୬୫୧, ଯାଜପୁରରେ ୨୭୦୦, ବାଲେଶ୍ବରରେ ୨୮୬୦, ଜଗତସିଂହପୁର ଜିଲ୍ଲାରେ୧୩୩୩, ପୁରୀରେ ୨୫୯୧, କେନ୍ଦ୍ରାପଡ଼ାରେ ୧୧୫୬, ଭଦ୍ରକ ଜିଲ୍ଲାରେ ୨୦୯୮, ସୁନ୍ଦରଗଡ଼ରେ ୩୮୦୮, ବଲାଙ୍ଗୀରରେ ୧୩୭୩, କନ୍ଧମାଳରେ ୧୮୩୬, ମୟୂରଭଞ୍ଜରେ ୨୧୨୧, କୋରାପୁଟରେ ୨୫୩୯, ନୟାଗଡ଼ରେ ୨୧୯୪, କେନ୍ଦୁଝରରେ ୧୪୬୧, ନୂଆପଡ଼ାରେ ୩୧୫, ଝାରସୁଗୁଡ଼ାରେ ୮୧୧, ଢେଙ୍କାନାଳରେ ୧୨୧୫, କଳାହାଣ୍ଡିରେ ୧୦୮୬, ବରଗଡ଼ ଜିଲ୍ଲାରେ ୧୩୦୦, ଅନୁଗୁଳରେ ୬୪୫, ମାଲକାନଗିରିରେ ୧୭୮୦, ସମ୍ବଲପୁରରେ ୨୦୦୪, ରାୟଗଡ଼ାରେ ୩୧୦୦, ବୌଦ୍ଧରେ ୫୨୫, ସୋନପୁର ଜିଲ୍ଲାରେ ୫୦୧, ଦେବଗଡ଼ ଜିଲ୍ଲାରେ ୧୫୧ ଓ ନବରଙ୍ଗପୁର ଜିଲ୍ଲାରେ ୮୦୧ରେ ପହଞ୍ଚିଛି।
ଅପରପକ୍ଷରେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ଯେ, ଏବେ ରାଜ୍ୟରେ ମୋଟ୍ ୫୨୨୭୬ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୫୭୯୨ ରହିଛି। କରୋନାରେ ୪୦୯ଜଣ ଓ କରୋନା ବ୍ୟତୀତ ଅନ୍ୟ ରୋଗରେ ୫୩ଜଣଙ୍କର ମୃତ୍ୟୁ ହୋଇଛି।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0