ରାୟଗଡା: ବରଗଡ଼ରୁ ରାୟଗଡା ଆଭିମୁଖେ ଯାଉଥିବା ଟମାଟୋ ବୋଝେଇ ପିକ୍ଅପ୍ ଭ୍ୟାନ୍ ଭାରସାମ୍ୟ ହରାଇ ୨୦ଫୁଟ ତଳକୁ ଖସିପଡିଛି । ଅଳ୍ପକେ ବର୍ତିଲେ ଡ୍ରାଇଭର ଓ ହେଲପର । ଏଭଳି ଏକ ଘଟଣା ଦେଖିବାକୁ ମିଳିଛ ରାୟଗଡା ଜିଲ୍ଲା ବିଷମକଟକ ଥାନାରୁ ମାତ୍ର ୧ କିଲୋମିଟର ଦୂରରେ ଥିବା ମାର୍କମା ସେତୁ ନିକଟରେ । ସୂଚନାଯୋଗ୍ୟ ଯେ, ଗୁରୁବାର ଭୋରରୁ ପିକ୍ଅପ୍ ଭ୍ୟାନଟି ବରଗଡ଼ରୁ ଟମାଟୋ ନେଇ ରାୟଗଡା ଅଭିମୁଖେ ଯାଉଥିବା ବେଳେ ବିଷମ କଟକ ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ଘଟିଥିଲା । ଏହି ପିକ୍ଅପ୍ ଭ୍ୟାନ୍ ରେ ମୋଟ୍ ୧୦୦ପେଟି ଟମାଟୋ ଥିବା ଜଣା ପଡ଼ିଛି । ଯାହାର ଆନୁମାନିକ ମୂଲ୍ୟ ୬୫ ହଜାର ଟଙ୍କା ହେବ । ପୋଲିସ ଘଟଣାସ୍ଥଳକୁ ପହଞ୍ଚିବା ପୂର୍ବର ଆଖ ପାଖର ଲୋକେ ଏହି ସବୁ ଟମାଟୋ ଉଠାଇ ନେଇଯାଉଥିବା ଦେଖିବା ପାଇଁ ମିଳିଥିଲା ।



Visitors Today : 0
Total Visitors : 130175
Total Views : 9891622
Visitors Online Now : 0