ନୂଆଦିଲ୍ଲୀ: କରୋନା ସଙ୍କଟକାଳରେ ଆଗଧାଡିର ଯୋଦ୍ଧାଙ୍କ ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନ ଏକ ବଡ ଘୋଷଣା କରିଛନ୍ତି । ସେ କହିଛନ୍ତି ବ୍ୟାଚେଲର ଅଫ ମେଡିସିନ ଆଣ୍ଡ ବ୍ୟାଚେଲର ଅଫ ସର୍ଜରୀ ପାଠ୍ୟକ୍ରମରେ କରୋନା ଯୋଦ୍ଧାଙ୍କ ପିଲାଙ୍କ ପାଇଁ ସ୍ଥାନ ରିଜରଭେସନର ସୁବିଧା ଦିଆଯିବ । ଡାକ୍ତର, ନର୍ସ, ଆଶକର୍ମୀଙ୍କ ଭଳି କରୋନା ଯୋଦ୍ଧାଙ୍କ ପିଲାମାନଙ୍କ କ୍ଷେତ୍ରରେ ଏହା ଲାଗୁ କରାଯିବ । ତେବେ ସେମାନଙ୍କ ମ୍ୟାରିଟ ଅନୁସାରେ ଏହି ସୁବିଧା ଦିଆଯିବ ବୋଲି ସେ କହିଛନ୍ତି । ୨୦୨୦-୨୧ ବର୍ଷ ପାଇଁ ସେଣ୍ଟ୍ରାଲ ପୁଲ ଏମବିବିଏସ/ ବିଡିଏସ ସିଟ ଅନ୍ତର୍ଗତ ‘ୱାଡ ଅଫ କୋଭିଡ ୱାରିୟସ’ ରୁ ପ୍ରାର୍ଥୀ ଚୟନ ଏବଂ ନାମାଙ୍କନ ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ନୂତନ ବର୍ଗ ଅନୁମୋଦନ କରିଛି । ତେବେ କର୍ତ୍ତବ୍ୟନତଷ୍ଠ ଭାବେ ସେବା କରୁଥିବା ସମସ୍ତ କୋଭିଡ ଯୋଦ୍ଧାଙ୍କ ଉସ୍ୱର୍ଗୀକୃତ ବଳିଦାନକୁ ଏହା ସମ୍ମାନୀତ କରିବ ବୋଲି ଡାକ୍ତର ହର୍ଷ ବର୍ଦ୍ଧନ କହିଛନ୍ତି ।



Visitors Today : 0
Total Visitors : 130175
Total Views : 9891622
Visitors Online Now : 0