ଯାଜପୁର: ଯାଜପୁର ରୋଡ ଥାନା ଅନ୍ତର୍ଗତ ନେଳିବାରି ଛକ ନିକଟରେ ଆଜି ସକାଳୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବାର ଖବର ମିଳିଛି। ଏଥିରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି।
ମିଳିଥିବା ସୂଚନା ଅନୁଯାୟୀ, ଯୋକଡିଆରୁ ଏକ ଟ୍ରାକ୍ଟର୍ ବାଲି ବୋଝେଇ କରି ଆସୁଥିବା ବେଳେ ନେଳିବାରି ଛକ ନିକଟସ୍ଥ ଆଡିବନ୍ଧ ଉପରୁ ଭାରସାମ୍ୟ ହରାଇ ତଳକୁ ଓଲଟି ପଡ଼ିବାରୁ ଖଲାସିଙ୍କ ମୃତ୍ୟୁ ହୋଇଛି। ମୃତ ଖଲାସିଙ୍କ ଘର ଖଣ୍ଡାହତା ଢ଼ାହିସାହି ଗ୍ରାମରେ। ସେ ରାଇସେନ୍ ବେହେରାଙ୍କ ପୁଅ ଗଣେଶ ବୋଲି ଜଣାପଡ଼ିଛି। ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଟ୍ରାକ୍ଟରକୁ ଜବତ କରିବା ସହ ଶବକୁ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଇଛି। ହେଲେ ଘଟଣା ସ୍ଥଳରୁ ଟ୍ରାକ୍ଟର ଚାଳକ ଫେରାର ହୋଇଯାଇଛି।



Visitors Today : 0
Total Visitors : 130426
Total Views : 9891957
Visitors Online Now : 0