ଟରଣ୍ଟୋ: ଶନିବାର ରାତିରେ କାନାଡାର କ୍ୟୁବେକ ସହରରେ ମଧ୍ୟଯୁଗୀୟ ବେଶପୋଷାକ ପିନ୍ଧା ଜଣେ ଅଜ୍ଞାତ ବ୍ୟକ୍ତିଙ୍କ ଛୁରାଘାତରେ ଦୁଇ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ୟୂନ ପାଞ୍ଚଜଣ ଆହତ ହୋଇଛନ୍ତି। ୨୦ ବର୍ଷରୁ ଅଧିକ ବୟସ୍କ ସେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ସ୍ଥାନୀୟ ଆଇନଶୃଙ୍ଖଳା ଅଧିକାରୀମାନେ ରାତି ପ୍ରାୟ ୧ଟା ବେଳେ ହାଜତକୁ ନେଇଛନ୍ତି। ତଦନ୍ତ ଚାଲିଥିବାରୁ ସହରବାସୀ ଘରେ କବାଟ ବନ୍ଦ କରି ରୁହନ୍ତୁ ବୋଲି ପୁଲିସ ଟୁଇଟ କରି ଜଣାଇଛି। ସହରର ସାଟୋ ଫେଣ୍ଟେନାଚ ନିକଟ ରିଉ ଡି ରାମ୍ପାର୍ଟସରେ ଛୁରାମାଡ଼ ଘଟଣାଟି ଘଟିଛି। ଆକ୍ରମଣର ସମ୍ଭାବ୍ୟ କାରଣ ସମ୍ପର୍କରେ ମଧ୍ୟ ଏ ପର୍ୟ୍ୟନ୍ତ କୌଣସି ଖବର ଆସିନାହିଁ। ଗତ ଅଳ୍ପ କିଛି ସପ୍ତାହ ତଳେ ଫ୍ରାନସରେ ହୋଇଥିବା ଇସ୍ଲାମୀୟ ଉଗ୍ରବାଦୀଙ୍କ ଆକ୍ରମଣ ସହ ଏହି ଛୁରାମାଡ଼ ଘଟଣାର ସାମଞ୍ଜସ୍ୟ ଥିବା କଥା ଅନୁମାନ କରାଯାଉଛି। ଏହାଛଡ଼ା, ଆକ୍ରମଣ ବିରୋଧରେ ଫ୍ରାନ୍ସକୁ କେତେକ କ୍ୟୁବେକ୍ବାସୀ ମଧ୍ୟ ସମର୍ଥନ ଜଣାଇବାକୁ ଆଗେଇ ଆସିଥିଲେ। ଘଟଣାଟି କ୍ୟୁବେକ୍ର ପାର୍ଲାମେଣ୍ଟ୍ ହିଲ୍ ଅଞ୍ଚଳରେ ଘଟିଥିବାରୁ ସେଠାରେ ନିରାପତ୍ତା ବ୍ୟବସ୍ଥା କଠୋର କରାଯାଇଛି। ଚିକିତ୍ସା ନିମନ୍ତେ ଆହତମାନଙ୍କୁ ସ୍ଥାନୀୟ ଡାକ୍ତରଖାନାକୁ ନିଆଯାଇଛି।



Visitors Today : 0
Total Visitors : 130426
Total Views : 9891957
Visitors Online Now : 0