ବ୍ରହ୍ମପୁର: ବୁଗୁଡା ଥାନା ଅନ୍ତର୍ଗତ ବି .ବ୍ରହ୍ମପୁର ଗାଁରେ ଟ୍ରାକ୍ଟର ଉପରେ ଛିଣ୍ଡି ପଡିଲା ବିଦ୍ୟୁତ ତାର। ଫଳରେ ଚାଲିଗଲା ଡ୍ରାଇଭରଙ୍କ ଜୀବନ। ସୂଚନା ଅନୁଯାୟୀ ଧାନ ଅମଳ ବେଳେ ବିଦ୍ୟୁତ ତାର ଛିଣ୍ଡି ପଡିଥିଲା।ନିଆଁ ଜଳି ଉଠିବାରୁ ଶୁଖିଲା ବାଉଁଶ ଦ୍ବାରା ସ୍ଥାନୀୟ ଲୋକେ ଡ୍ରାଇଭରଙ୍କୁ ଉଦ୍ଧାର କରିଥିଲେ।
ଏପରି କି ନିଆଁକୁ ଆୟତ୍ତ କରିବାକୁ ୨ଟି ଦମକଳ ମୁତୟନ ହୋଇଥିଲା। ଦୀର୍ଘ ସମୟରେ ନିଆଁ ଆୟତ ହୋଇଥିଲା। ଟ୍ରାକ୍ଟର ସହ ଡ୍ରାଇଭର ଜଳି ଗଲେ। ଗୁରୁତର ଅବସ୍ଥାରେ ଡ୍ରାଇଭରଙ୍କୁ ବୁଗୁଡା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତକ ହେଲେ ଜଗନ୍ନାଥ ପ୍ରସାଦ ତୁଳସୀପଲ୍ଲୀ ଗାଁର ମନୋଜ କୁମାର ପ୍ରଧାନ।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0