ବ୍ରାଜିଲ: ବ୍ରାଜିଲ ରାଷ୍ଟ୍ରପତି ଜାଏର ବୋଲସନାରୋ କୋଭିଡ-୧୯ ଟିକା ଫାଇଜର-ବାଓୟଏନ ଟେକ ଟିକାକୁ ନେଇ ଅଜବ ମନ୍ତବ୍ୟ ରଖି ଚର୍ଚ୍ଚାରେ ବର୍ତ୍ତମାନ ବ୍ରାଜିଲ ରାଷ୍ଟ୍ରପତି । ତାଙ୍କ କହିବା ଅନୁସାରେ, ଏହି ଟିକା ନେଲେ ମଣିଷମାନେ ହୁଏତ ହୁମ୍ଭୀର ଓ ମହିଳାଙ୍କ ମୁହଁରେ ନିଶଦାଢୀ ଉଠିବ । ତେବେ ସେ ନିଜେ ଏହି ଟିକାକୁ ଲଗାଇବେ ନାହି: ବୋଲି ସିଧାସଳଖ ମନା କରିଦେଇଛନ୍ତି । ଦେଶରେ ଖୁବ୍ ଶୀଘ୍ର କୋଭିଡ ଟିକାକରଣ ହେବାକୁ ଯାଉଛି। ତେବେ ଟିକାକରଣ ଲାଗି ଫାଇଜର ସରକାରଙ୍କ ସହ କରିଥିବା ରାଜିନାମାରେ ପାର୍ଶ୍ୱପ୍ରତିକ୍ରିୟା ଲାଗି କମ୍ପାନୀ ଦାୟି ନୁହନ୍ତି ବୋଲି ମୂଳରୁ ସ୍ପଷ୍ଟ କରିଦେଇଛନ୍ତି। ଏ ନେଇ କମ୍ପାନୀ ରଖିଥିବା ଯୁକ୍ତିକୁ ରାଷ୍ଟ୍ରପତି କେବଳ ଦୋହରାଇଛନ୍ତି। ଯଦି ଟିକା ନେବା ପରେ ଆପଣଙ୍କ ଚର୍ମ କୁମ୍ଭୀର ଭଳି ହୋଇଯାଏ ତେବେ ଏହା ଆପଣଙ୍କର ସମସ୍ୟା। ସେହିପରି କୌଣସି ମହିଳାଙ୍କ ମୁହଁରେ ନିଶଦାଢୀ ଉଠିଲେ ଅଥବା ଶ୍ୱର କର୍କଶ ହେଲେ ଏଭଳି ପାର୍ଶ୍ୱପ୍ରତିକ୍ରିୟା ଲାଗି ଟିକା କମ୍ପାନୀ ଦାୟି ନୁହେଁ ।



Visitors Today : 5
Total Visitors : 130446
Total Views : 9891985
Visitors Online Now : 0