ନୂଆଦିଲ୍ଲୀ: ଗତକାଲି ଅନୁଷ୍ଠିତ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତୀୟ ଉଦଘାଟନୀ ଉତ୍ସବକୁ ଜନପ୍ରିୟ ଆମେରିକୀୟ ମନୋରଞ୍ଜନକାରୀ ଲେଡି ଗାଗା, ଜେନିଫର ଲୋପେଜ ଏବଂ ଗାଥ ବ୍ରୁକସ ଆଦି ଅଧିକ ଆକର୍ଷଣୀୟ କରିଥିଲେ। ଲେଡି ଗାଗା ‘ଦି ଷ୍ଟାର-ସ୍ପାଙ୍ଗଲଡ ବ୍ୟାନର’ ଗୀତ ଗାଇଥିବା ବେଳେ ଜେନିଫର ଲୋପେଜ ‘ଦିସ ଲ୍ୟାଣ୍ଡ ଇଜ ୟୋର ଲ୍ୟାଣ୍ଡ’ ଗୀତଟି ଗାଇଥିଲେ। ସେହିଭଳି ଗାୟକ ଗାଥ ବ୍ରୁକସ ‘ଆମେଜିଙ୍ଗ ଗ୍ରେସ’ ପରିବେଶଣ କରିଥିଲେ। ଆମେରିକାର ପ୍ରଥମ ଜାତୀୟ ଯୁବ କବି ସମ୍ମାନପ୍ରାପ୍ତ ଆମାଣ୍ଡା ଗୋରମ୍ୟାନ ମଧ୍ୟ ସମବେତ ଜନତାଙ୍କୁ ଉଦବୋଧନ ଦେଇଥିଲେ। ସେ କହିଥିଲେ, କିଛି ଉଦ୍ଦେଶ୍ୟ ରଖି ଆମେ ଏକ ସଂଘ ଗଢ଼ିବାକୁ ବ୍ୟାକୁଳ। ଆମେ ଭବିଷ୍ୟତ ପ୍ରତି ଦୃଷ୍ଟି ଦେଉଥିବା ବେଳେ, ଇତିହାସ ଆମ ଉପରେ ଦୃଷ୍ଟିପାତ କରୁଛି। ଯୁକ୍ତରାଷ୍ଟ୍ର ଆମେରିକାର କ୍ୟାପିଟଲ୍ରୁ ପେନସିଲଭାନିଆ ଆଭେନ୍ୟୁ ଏବଂ ଓ୍ଵାସିଂଟନ ଡିସିରେ ଥିବା ନ୍ୟାସନାଲ ମଲ ଦେଇ ହ୍ଵାଇଟ ହାଉସ ପର୍ୟ୍ୟନ୍ତ ହେବାକୁ ଥିବା ରାଷ୍ଟ୍ରପତୀୟ ପରେଡ ନିରାପତ୍ତା ଦୃଷ୍ଟିରୁ ବାତିଲ କରାଯାଇଥିଲା। ଏହା ପରିବର୍ତ୍ତେ ବାଇଡେନ ହ୍ଵାଇଟ ହାଉସକୁ ପ୍ରବେଶ କରିବା ପରେ ‘ପରେଡ ଆକ୍ରସ ଆମେରିକା’ ଶୀର୍ଷକ ଟେଲିଭିଜନ କାର୍ୟ୍ୟକ୍ରମ ପ୍ରସାରଣ କରାଯାଇଥିଲା। ଏହି କାର୍ୟ୍ୟକ୍ରମରେ ସମଗ୍ର ଯୁକ୍ତରାଷ୍ଟ୍ର ଆମେରିକାର ବିଭିନ୍ନ ସମ୍ପ୍ରଦାୟ ପରିବେଶଣ କରିଥିବା କାର୍ୟ୍ୟକ୍ରମ ପ୍ରସାରିତ ହୋଇଥିଲା।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0