spot_img

କମିଶନରେଟ ପୋଲିସ ଜାଲରେ ଏଟିଏମ୍ ଲୁଟେରା ଗ୍ୟାଙ୍ଗ

ଭୁବନେଶ୍ୱର: କରୋନା ସମୟରେ ଲୁଟପାଟ ବଢ଼ିବାକୁ ଲାଗିଛି । ପୋଲିସ୍କୁ ଚ୍ୟାଲେଞ୍ଚ ଦେଉଛନ୍ତି ଲୁଟେରା । ତେବେ ପୋଲିସର ଜାଲରେ ପଡ଼ିଛି ବଡ଼ ଲୁଟେରା । କମିଶନରେଟ ପୋଲିସ ହାତରେ ଏଟିଏମ ଲୁଟେରା ଗ୍ୟାଙ୍ଗ ଧରାପଡ଼ିଛି । ଏମାନେ ରାଜଧାନୀ ସମେତ ବିଭିନ୍ନ ରାଜ୍ୟକୁ ଯାଇ କରୁଥିଲେ ଏଟିଏମ୍ ଲୁଟ ।

ତେବେ ଏମାନେ ସମସ୍ତେ ପୋଲିସର ମୋଟ ଓ୍ୱାଣ୍ଟେଡ ତାଲିକାରେ ରହିଥିଲେ । ଏହି ଗ୍ୟାଙ୍ଗର ମୋଷ୍ଟ ୱାଣ୍ଟେଡ଼ ଏଟିଏମ ଠକ ସମ୍ଭବ ଆଚାର୍ୟ୍ୟ ସମେତ ୬ ଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ଗିରଫ ସମୟରେ ଏମାନଙ୍କ ପାଖରୁ ୪୨ ହଜାର ଟଙ୍କା ଜବତ କରାଯାଇଛି । ମାଷ୍ଟରମାଇଣ୍ଡ ସମ୍ଭବ ନାଁରେ ୩୦ରୁ ଉର୍ଦ୍ଦ ମାମଲା ରହିଛି । ସମ୍ଭବ ପୁନେର ମାମଲା ୫ଟି ଓ ଭୁବନେଶ୍ୱର ୮ଟି ମାମଲାରେ ୱାଣ୍ଟେଡ଼ ଥିଲା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular