spot_img

ଡେବିଟ, କ୍ରେଡିଟ କାର୍ଡର ତଥ୍ୟ ନ ଦେବାକୁ ରେଳଯାତ୍ରୀଙ୍କୁ ପରାମର୍ଶ

ଭୁବନେଶ୍ବର : କିଛି ଅସାଧୁ ବ୍ୟକ୍ତି ରେଲୱେ ଟିକେଟ ରିଫଣ୍ଡ ପାଇଁ ଲୋକଙ୍କୁ ସେମାନଙ୍କ ଡେବିଟ କିମ୍ବା କ୍ରେଡିଟ କାର୍ଡର ସବିଶେଷ ବିବରଣୀ ମାଗୁଛନ୍ତି। ତଥ୍ୟ ନ ଦେଲେ ପାଉଣା ଫେରସ୍ତ କରାଯିବ ନାହିଁ ବୋଲି କହୁଛନ୍ତି। ତେବେ ଏ ସଂପର୍କିତ ବହୁ ଅଭିଯୋଗ ରେଳବାଇ ପ୍ରଶାସନର ନଜରକୁ ଆସିବା ପରେ ପୂର୍ବତଟ ରେଳପଥ ପକ୍ଷରୁ ଯାତ୍ରୀମାନଙ୍କୁ ସତର୍କ କରାଯାଇଛି। କୌଣସି ଗ୍ରାହକ କିମ୍ବା ରେଳ ବ୍ୟବହାରକାରୀ କାହାକୁ ବି ସେମାନଙ୍କ ଡେବିଟ/କ୍ରେଡିଟ କାର୍ଡର ବିବରଣୀ ନ ଦେବାକୁ ରେଳପଥ ପକ୍ଷରୁ ପରାମର୍ଶ ଦିଆଯାଇଛି। ଭାରତୀୟ ରେଳବାଇ, ଆଇଆରସିଟିସି କିମ୍ବା ରେଳ କର୍ମଚାରୀ କୌଣସି ସ୍ଥାନରେ ଗ୍ରାହକଙ୍କୁ ବ୍ୟାଙ୍କଙ୍ଗ ସଂପର୍କିତ କୌଣସି ସୂଚନା ଯେପରିକି ଡେବିଟ/କ୍ରେଡିଟ କାର୍ଡ ନମ୍ବର, ଓଟିପି, ଏଟିଏମ ପିନ, ସିଭିଭି ନମ୍ବର, ପ୍ୟାନ କାର୍ଡ ନମ୍ବର ଓ ଜନ୍ମ ତାରିଖ ମାଗନ୍ତି ନାହିଁ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular