spot_img

ଚାଷୀ ନେତାଙ୍କୁ ଗୁଳି କରିବା ଲାଗି ନିଯୁକ୍ତ ସୁପାରିକିଲରକୁ ପୁଲିସକୁ ହସ୍ତାନ୍ତର କଲେ ଚାଷୀ

ନୂଆଦିଲ୍ଲୀ: ଚାରିଜଣ କୃଷକ ନେତାଙ୍କୁ ଗୁଳି କରି ହତ୍ୟା କରିବା ଲାଗି ନିଯୁକ୍ତ ହୋଇଥିବା ବ୍ୟକ୍ତିଙ୍କୁ ଧରି ପୁଲିସକୁ ହସ୍ତାନ୍ତର କଲେ ଆନେ୍ଦାଳନରତ ଚାଷୀ । ଏହା ସହ ଜାନୁଆରୀ ୨୬ ତାରିଖ ଦିନ ଦିଲ୍ଲୀରେ ହେବାକୁ ଥିବା ଟ୍ରାକ୍ଟର ରାଲିରେ ବିଶୃଙ୍ଖଳା ସୃଷ୍ଟି କରିବା ଲାଗି ନିୟୋଜିତ ଦୁଇଟି ଟିମ ସହ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଧରି ସିଂଘୁ ସୀମାନ୍ତରେ ପ୍ରତିବାଦରତ କୃଷକମାନେ ପୁଲିସକୁ ହସ୍ତାନ୍ତର କରିଛନ୍ତି । ଏହା ସହ ଏକ ସାମ୍ବାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଇ ସିଂଘୁ ସୀମାନ୍ତରେ କୃଷକମାନେ ଅଭିଯୋଗ କରିଛନ୍ତି ଯେ, କୃଷକମାନଙ୍କ ଆନ୍ଦୋଳନରେ ବ୍ୟାଘାତ ସୃଷ୍ଟି କରିବା ଲାଗି ଏକ ଚକ୍ରାନ୍ତ ଚାଲିଛି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular