ଭୁବନେଶ୍ବର: ପୂର୍ବତଟ ରେଳପଥ ପରିସୀମାରେ ଟ୍ରେନ ଚଳାଚଳ ନିରାପତ୍ତାକୁ ପ୍ରାଧାନ୍ୟ ଦେଇ ଘନ କୁହୁଡ଼ି ବେଳେ ଟ୍ରେନର ଗତିକୁ ନିୟନ୍ତ୍ରଣ କରିବାକୁ ଚାଳକଙ୍କୁ କୁହାଯାଇଛି। ଘନ କୁହୁଡି ଅଞ୍ଚଳରେ ଉଜ୍ଜ୍ୱଳ ଆଲୋକ ପ୍ରଦାନ କରୁଥିବା ରଙ୍ଗ ପଟିକୁ ଓଏଚଇ ଖୁଣ୍ଟଗୁଡ଼ିକରେ ଲେଭଲ କ୍ରସିଂ ଓ ବ୍ୟସ୍ତ ବହୁଳ ଯାତାୟାତ ଅଞ୍ଚଳରେ ଥିବା ‘ଟ୍ରେନ ଅଟକିବା ସଂକେତ’ ପୂର୍ବରୁ ଲଗାଇ ଚାଳକଙ୍କୁ ସଜାଗ କରାଯାଉଛି। ଯେହେତୁ ଯାତ୍ରୀଙ୍କ ନିରାପତ୍ତାକୁ ପ୍ରାଥମିକତା ଦିଆଯାଉଛି, ସେଥିପାଇଁ କୁହୁଡ଼ି ସମୟରେ ସାବଧାନତା ଅବଲମ୍ବନ କରାଯିବାକୁ ପ୍ରତି ଟ୍ରେନ ଚାଳକଙ୍କୁ ନିର୍ଦେଶ ଦିଆଯାଇଛି। ଯେତେବେଳେ ଟ୍ରେନ ଚାଳକ ନିଜେ ଅନୁଭବ କରିବେ ଯେ ଘନ କୁହୁଡ଼ି ଯୋଗୁଁ ଦୃଶ୍ୟମାନ ହେଉନି, ସେତେବେଳେ ସେମାନେ ଟ୍ରେନର ବେଗକୁ କମାଇ ପାରିବେ ବା ଚଳାଚଳକୁ ବନ୍ଦ କରିପାରିବେ। ଏହି ସମୟରେ ଟ୍ରେନର ଗତି ଯେପରି ୬୦ କିମି ପ୍ରତି ଘଣ୍ଟା ଅତିକ୍ରମ ନକରେ ସେଥିପ୍ରତି ଧ୍ୟାନ ଦେବାକୁ କୁହାଯାଇଛି। ଘନ କୁହୁଡ଼ି ଯୋଗୁଁ ଦୃଶ୍ୟମାନ ହେଉନଥିବା ଅଞ୍ଚଳଗୁଡ଼ିକରେ କ୍ରମାଗତ ଭାବେ ହୁଇସିଲ ମାରିବାକୁ କୁହାଯାଇଛି। ଫଳରେ ପାଖରେ ଥିବା ଗେଟମ୍ୟାନ ଓ ରାସ୍ତା ବ୍ୟବହାରକାରୀ ଟ୍ରେନ ଆସୁଥିବାର ସଙ୍କେତ ଶୁଣିପାରିବେ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0