spot_img

ଧକ୍କା ଦେଲା ବାଲି ବୋଝେଇ ଟ୍ରକ୍, ଯୁବକ ମୃତ

ଖରିଆଗୁଡା : ଗଞ୍ଜାମ ଜିଲ୍ଲା ଖରିଆଗୁଡା ଅଞ୍ଚଳରେ ବାଲି ବୋଝେଇ ଟ୍ରକ୍ ଧକ୍କାରେ ଜଣେ ଯୁବକ ପ୍ରାଣ ହରାଇଛନ୍ତି । ଯୁବକଙ୍କ ପରିଚୟ ମିଳିପାରି ନାହିଁ ।
ସୂଚନାନୁସାରେ, ବଜ୍ରଗୁମା ବାଲିଘାଟରୁ ପ୍ରତିଦିନ ଶହଶହ ବାଲି ବୋଝେଇ ଟ୍ରକ୍ ଯାତାୟତ କରିଥାଏ ।ସୋମବାର ଜଣେ ଯୁବକ କୌଣସି କାମରେ ସାଇକେଲରେ ବଜାରକୁ ଯାଇଥିଲେ । ଏହି ସମୟରେ ଏକ ବାଲି ବୋଝେଇ ଟ୍ରକ ଯୁବକଙ୍କୁ ଧକ୍କା ଦେଇଥିଲା । ଯୁବକଙ୍କୁ ସ୍ଥାନୀୟ ଲୋକେ ମେଡିକାଲରେ ଭର୍ତ୍ତି କରିଥିଲେ । କିନ୍ତୁ ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଯୁବକଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular