ସାରା ଦେଶରେ ବୃଦ୍ଧି ପାଉଥିବା କରୋନା ପ୍ରକୋପ ଯୋଗୁଁ ଦେଶର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ବନ୍ଦ ରହିଥିଲା । ପାଞ୍ଚ ମାସର ପ୍ରତୀକ୍ଷା ପରେ ସେପ୍ଟେମ୍ବରରେ ସିକନ୍ଦରା, ଫତେପୁର ସିକ୍ରୀ, ଏତ୍ମାଉଦୌଲା ଆଦି ଆଗ୍ରାର ଅନେକ ପ୍ରମୁଖ ସ୍ଥାନ ପର୍ଯ୍ୟଟକଙ୍କ ପାଇଁ ଖୋଲି ଦିଯାଯିବ । ସରକାରଙ୍କ ତରଫରୁ ସମସ୍ତ ଗାଇଡ଼ଲାଇନର ପାଳନ କରିବା ପାଇଁ ଭାରତୀୟ ପୁରାତତ୍ତ୍ୱ ସର୍ବେକ୍ଷଣ (ଏଏସଆଇ) ପୁରା ପ୍ରସ୍ତୁତି କରିସାରିଲାଣି । ପ୍ରଥମ ଥର ପାଇଁ ତାଜମହଲ ସହ ଅନ୍ୟ ସବୁ ସ୍ମାରକୀ ବନ୍ଦ ରହିଥିଲା । କରୋନା ପାଇଁ ଆଗ୍ରା ପର୍ଯ୍ୟଟନ ଉଦ୍ୟୋଗ ସହ ଯୋଡ଼ି ହୋଇରହିଥିବା ଚାରି ଲକ୍ଷ ଲୋକଙ୍କ ଜୀବନ ଜୀବିକା ମଧ୍ୟ ସଙ୍କଟରେ ଥିଲା । ହୋଟେଲ, ଗେଷ୍ଟ ହାଉସ, ରେଷ୍ଟୁରାଣ୍ଟ, ଏମ୍ପୋରିୟମ୍, ଗାଇଡ଼, ଫଟୋଗ୍ରାଫର, ଟୁର ଅପରେଟର ଓ ସ୍ମାରକ ଆଖପାଖରେ ଥିବା ସମସ୍ତ ଦୋକାନ ବନ୍ଦ ରହିବା ଫଳରେ ହଜାର ହଜାର ଲୋକ ବେରୋଜଗାର ହୋଇଥିଲେ ।
ପାଞ୍ଚ ମାସ ପରେ ପ୍ରଶାସନ ସିକନ୍ଦରା, ଫତେପୁର ସିକ୍ରୀ ଏତ୍ମାଉଦୌଲା ଆଦି ଛୋଟ ସ୍ମାରକୀରେ ବଫର ଜୋନ୍ ସମାପ୍ତ ଘୋଷଣା କରିସାରିଛି । ଏବେ ସ୍ମାରକ ସେପ୍ଟେମ୍ବର ୧ ତାରିଖରୁ ନିର୍ଦ୍ଧାରିତ ସମୟ ଅନୁସାରେ ଖୋଲିବ ଏବଂ ବନ୍ଦ ହେବ । କିନ୍ତୁ ତାଜମହଲ ଓ ଆଗ୍ରା ଦୁର୍ଗ ନିକଟରେ ଖୋଲିବା ନେଇ ବର୍ତ୍ତମାନ ସୁଦ୍ଧା କୌଣସି ଆଶା ନାହିଁ । ଏହି ସ୍ମାରକୀଗୁଡ଼ିକ ପାଇଁ ଟିକେଟ କାଉଣ୍ଟର ଖୋଲିବ ନାହିଁ । ପର୍ଯ୍ୟଟକମାନେ ଏଏସଆଇ ୱେବସାଇଟରୁ ଅନଲାଇନ ଟିକେଟ କିଣିବେ । ବିନା ମାସ୍କରେ ପ୍ରବେଶ ନିଷେଧ ସହ ଓ ସାମାଜିକ ଦୂରତାର ପାଳନ କରିବା ଅନିବାର୍ଯ୍ୟ ।



Visitors Today : 2
Total Visitors : 130168
Total Views : 9891614
Visitors Online Now : 0