ସୋର : ଟ୍ରକକୁ ପଛରୁ ଧକ୍କା ଦେଲା କଣ୍ଟେନର। ଏହି ଦୁର୍ଘଟଣାରେ ୩ ଗୁରୁତର। ମିଳିଥିବା ସୂଚନା ଅନୁସାରେ, ବାଲେଶ୍ବର ଜିଲ୍ଲା ସୋର ୧୬ନଂ ଜାତୀୟ ରାଜପଥ କଲେଜ ଛକ ଜଗନ୍ନାଥ ଢାବା ନିକଟରେ ଏହି ଦୁର୍ଘଟଣା ଘଟିଛି।କୋଲକାତାରୁ ଭୁବନେଶ୍ବର ଅଭିମୁଖେ ଯାଉଥିବା ଏକ ମାଲ ବୋଝେଇ ଟ୍ରକ ଯାନ୍ତ୍ରିକ ତୃଟି ଯୋଗୁଁ ରାସ୍ତା ଉପରେ ଠିଆ ହୋଇଥିଲା। ଏହି ସମୟରେ ଏକ କଣ୍ଟେନର ଦ୍ରୁତଗତିରେ ଆସି ପଛରୁ ଟ୍ରକ ଟିକୁଧକ୍କା ଦେଇଥିଲା ।
ଫଳରେ ଟ୍ରକ ପଛରେ ଠିଆ ହୋଇ ତୃଟି ଯାଞ୍ଚ କରୁଥିବା ଟ୍ରକ ଡ୍ରାଇଭର୍ ଟ୍ରକ ମଝିରେ ଫସି ରହିଥିଲେ। ଘଟଣାସ୍ଥଳରେ ସୋର ପୋଲିସ୍ ପହଞ୍ଚି, ଗୁରୁତରଙ୍କୁ ଉଦ୍ଧାର କରି ସୋର ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।ପରବର୍ତ୍ତୀ ସମୟରେ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବାଲେଶ୍ବର ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।
ମିଳିଥିବା ସୂଚନା ଅନୁସାରେ ଗୁରୁତର ଡ୍ରାଇଭର ହେଲେ ଆନ୍ଧ୍ର ପ୍ରଦେଶ ରାଜ୍ୟର ୱେଷ୍ଟ ଗୋଦାବରୀ ଅଞ୍ଚଳର ସତ୍ୟନାରାୟଣ ଏମ ରାମାନାଇଡୁ। କଣ୍ଟେନରରେ ଥିବା ହେଲ୍ପର ବିହାର ଗୟା ଅଞ୍ଚଳର ଓମ୍ ପ୍ରକାଶ ଓ ଡ୍ରାଇଭର୍ ବଜରଙ୍ଗି ସିଂ ଆହାତ ହୋଇଥିବା ଜଣାପଡିଛି ।



Visitors Today : 2
Total Visitors : 130428
Total Views : 9891959
Visitors Online Now : 0