ଭୁବନେଶ୍ୱର: ଦିନକ ପରେ ବାଲେଶ୍ୱର ସଦର ଓ ତିର୍ତ୍ତୋଲ ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଗ୍ରହଣ କରାଯିବ। କୋଭିଡ କଟକଣା ମଧ୍ୟରେ ଉପନିର୍ବାଚନ ହେଉଥିବାରୁ ଏଥର ନିର୍ବାଚନ କମିସନଙ୍କ ତରଫରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଏଥର ମତଦାନ କେନ୍ଦ୍ର ବାହାରେ ଜଣେ ଆଶା କର୍ମୀ ଓ ଅନ୍ୟ ଜଣେ ସ୍ୱେଚ୍ଛାସେବୀ ନିୟୋଜିତ ହେବେ। ଏମାନେ ମତଦାନ କେନ୍ଦ୍ର ବାହାରେ ରହିବେ। ଏହି ୨ ଜଣ ମତ ଦାତାଙ୍କର ତାପମାତ୍ରା ମାପିବେ । ଏତଦ ବ୍ୟତୀତ ଗାଇଡ କରିବେ ଏବଂ ସାମାଜିକ ଦୂରତା ରକ୍ଷା କରିବା ପାଇଁ ପରାମର୍ଶ ଦେବେ। ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ଏହି ସୂଚନା ଦେଇଛନ୍ତି। ମତଗ୍ରହଣ ସମୟରେ ପୋଲିଂ ଅଧିକାରୀଙ୍କ ସମେତ ୪ ଜଣ ପୋଲିଂ ବୁଥରେ ରହିବେ। ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନୀ ଗଣମାଧ୍ୟମର ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି ଯେ, ନଭେମ୍ବର ୩ ତାରିଖରେ ମତଦାନ ଗ୍ରହଣ କରାଯିବ। ଏଥି ପାଇଁ ଆଜି ସନ୍ଧ୍ୟା ୬ଟାରେ ନିର୍ବାଚନ ପ୍ରଚାର ବନ୍ଦ କରାଯିବ। ରାଜନୈତିକ ଦଳର ନେତାମାନଙ୍କୁ ପରାମର୍ଶ ଦିଆଯାଇଛି ଯେ, ସନ୍ଧ୍ୟା ୬ଟା ପରେ ନିର୍ବାଚନ ପାଇଁ ସେମାନେ ଘରକୁ ଘର ପ୍ରଚାର ପାଇଁ ଯାଇପାରିବେ ନାହିଁ। କୌଣସି ରାଲି ଅଥବା ସାଧାରଣ ସଭାର ଆୟୋଜନ କରିପାରିବେ ନାହିଁ। ଏଥି ପାଇଁ ଜିଲ୍ଲା ମାଜିଷ୍ଟ୍ରେଟ ଓ ଏସପିମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି, ଆଜି ସଂଧ୍ୟା ୬ଟା ପରେ ଅଣଭୋଟରମାନେ ନିର୍ବାଚନ ମଣ୍ଡଳୀରେ ରହିପାରିବେ ନାହିଁ। ଭୋଟର ହୋଇ ନଥିଲେ ସଂପୃକ୍ତ ନିର୍ବାଚନ ମଣ୍ଡଳୀରେ ରହିପାରିବେ ନାହିଁ। ନିୟମ ଉଲ୍ଲଂଘନ କଲେ କାର୍ୟ୍ୟାନୁଷ୍ଠାନ ହେବ। ଜିଲ୍ଲା ମାଜିଷ୍ଟ୍ରେଟ ଓ ଏସ୍ପିଙ୍କୁ ନିର୍ଦ୍ଦେଶ ଦେଇଛୁ ଯେ, ବାହାର ଲୋକ ଦେଖାଗଲେ ଆଇନ ଅନୁଯାୟୀ କାର୍ୟ୍ୟାନୁଷ୍ଠାନ ନେବେ। ରାସ୍ତାରେ ଯଦି ବାହାର ଲୋକ ଯାଉଛନ୍ତି, ସେମାନଙ୍କୁ ଯାଂଚ କରିବେ।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0