ଯାଜପୁର: ଚୋରା ବାଲି ଚାଲାଣ ବେଳେ ତିନୋଟି ଟ୍ରକ ଜବତ । ଯାଜପୁର ବଡ଼ଚଣା ପୋଲିସ ପକ୍ଷରୁ ଟ୍ରକକୁ ଜବତ କରାଯାଇଛି । ଭାରାପ୍ରାପ୍ତ ଅଧିକାରୀ ପ୍ରିୟବ୍ରତ ରାଉତଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ଦ୍ୱାରା ଜବତ କରାଯାଇଛି । ଗୋଟିଏ ଦିନରେ ବଡ଼ଚଣା ଥାନା ଅଂଚଳର ବିଭିନ୍ନ ସ୍ଥାନରୁ ତିନୋଟି ଚୋରା ଟ୍ରକ ଜବତ ହୋଇଛି । ମାଙ୍କଡ଼ା ପଥର ,କୋଇଲା, ଓ ବାଲି ବୋଝେଇ ଟ୍ରକ ଜବତ ହୋଇଥିବା ସୂଚନା ମିଳିଛି । ଜବତ ପରେ ବଡ଼ଚଣା ପୋଲିସ ଖନନ ଖଣିଜ ସମ୍ପଦ ଆଇନରେ ମାମଲା ରୁଜୁ କରିଛି । ତେବେ ବଡ଼ଚଣା ଥାନା ଅଧିକାରୀଙ୍କ ଏଭଳି ଚଢାଉ ଦେଖି ଚୋରା ମାପିଆ ଭୟଭିତ ଅଛନ୍ତି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0