spot_img

୪ ଶହ ଲିଟର ମଦ ଜବତ, ଦୁଇ ଅଭିଯୁକ୍ତ ଗିରଫ

ବାଙ୍କୀ: ଚୋରା ମଦ ଜବତ କଲା ବାଙ୍କୀ ପୋଲିସ । ୪ ଶହ ଲିଟର ଚୋରା ମଦ ସହ ଦୁଇ ଅଭିଯୁକ୍ତ ଗିରଫ ହୋଇଛନ୍ତି । ସୂଚନାଯୋଗ୍ୟ ଯେ, କଟକ ଜିଲ୍ଲାର ଆଠଗଡ଼ ପଟୁ ବାଙ୍କୀ ତୁଳସୀପୁର ଆଡକୁ ଏକ କାରରେ ମଦ ଆସୁଥିବା ନେଇ କୌଣସି ସୂତ୍ରରୁ ଖବର ପାଇ ବାଙ୍କୀ ଅବକାରୀ ବିଭାଗ ଚଢାଉ କରିଥିଲା । ଚଢ଼ାଉ ବେଳେ ଏକ ମାରୁତି ସ୍ବିଫ୍ଟ କାର ଭିତରୁ ୪ ଶହ ଲିଟର ଚୋରା ମଦ ଥିବା ବ୍ୟାରେଲକୁ ଜବତ କରିବା ସହ ଦୁଇ ଜଣ ଅଭିଯୁକ୍ତକକୁ ଗିରଫ କରିଛି । ଦୁଇ ଅଭିଯୁକ୍ତ ହେଲେ ପ୍ରହ୍ଲାଦ ପାତ୍ର ଓ ଅନ୍ୟ ଜଣେ ଅଧିର ନାଏକ । ଏହି ଅଭିଯୁକ୍ତମାନେ ଆଠଗଡ ଅଞ୍ଚଳର ବୋଲି ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular