ଗାଡ଼ି ଚାଳକଙ୍କ ପାଇଁ ଜରୁରୀ ସୂଚନା। ଦିଲ୍ଲୀ ସରକାର ଟ୍ରାଫିକ ନିୟମରେ ବଡ଼ ପରିବର୍ତ୍ତନ କରିଛନ୍ତି। ନୂଆ ନିୟମ ଅନୁସାରେ ଏବେ କାରର ପଛ ସିଟରେ ମଧ୍ୟ ସିଟ୍ ବେଲ୍ଟ ଲଗାଇବା ଜରୁରି ହୋଇଯାଇଛି । ଦୁଇଚକିଆ ଯାନରେ ସାଇଡ୍ ମିରର ଥିବା ମଧ୍ୟ ବାଧ୍ୟତାମୂଳକ । ଏମିତି ନହେଲେ ଟ୍ରାଫିକ୍ ପୋଲିସ ଆପଣଙ୍କ ଚାଲାଣ କାଟିବ। ତେବେ ଏପରି ନିୟମ ଦିଲ୍ଲୀ ସରକାର ଲାଗୁ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ, ଦିଲ୍ଲୀ ଟ୍ରାଫିକ୍ ପୋଲିସ ଏହି ସମ୍ବନ୍ଧରେ ଆଦେଶ ଜାରି କରି କହିଛି କି ଅଧିକାଂଶ ବାଇକରେ ସାଇଡ୍ ମିରର ରହୁନାହିଁ । ତେଣୁ ଦୁର୍ଘଟଣା ଘଟିବାର ଆଶଙ୍କା ଅଧିକ ରହୁଛି। ମୋଟର ଭେଇକଲ୍ ଆକ୍ଟ ୧୯୮୮ ଓ ସେଣ୍ଟ୍ରାଲ ମୋଟର ଭେଇକଲ ଆକ୍ଟ ୧୯୮୯ ରେ ଏହି ନିୟମ ଉଲ୍ଲେଖ କରାଯାଇଛି । କିନ୍ତୁ ଏବେ ଟ୍ରାଫିକ୍ ପୋଲିସ ଦିଲ୍ଲୀରୁ ଏହି ନିୟମ ପାଳନ କରିବ ବୋଲି ସୂଚନା ରହିଛି।



Visitors Today : 0
Total Visitors : 130422
Total Views : 9891952
Visitors Online Now : 0