spot_img

ପୋଖରୀରେ ବୁଡ଼ି ଦୁଇଶିଶୁ ମୃତ

ରାଜକନିକା: ପୋଖରୀରେ ବୁଡ଼ି ଦୁଇ ଭାଇଭଉଣୀ ମୃତ । ଏହି ଦୁଃଖଦ ଘଟଣା ଘଟିଛି ରାଜକନିକା କାଟଣାବଣିଆ ପଂଚାୟତର ଡ଼ାଆଣିଗିରି ଗାଁରେ । ଦିନ ୧୦ଟାବେଳେ ଘଟିଛି ଏହି ଘଟଣା । ଗାଁର ବିନୋଦ ବେହେରାଙ୍କ ସାତବର୍ଷର ଝିଅ ପାୟଲ ଓ ତିନି ବର୍ଷର ପୁଅ ବିଶ୍ୱଜିତ ବାରିପଛଟେ ଖେଳୁଥିବା ବେଳେ ପୋଖରୀରେ ବୁଡ଼ି ଯାଇଥିଲେ । ବହୁ ଖୋଜା ଖୋଜି ପରେ ସେମାନଙ୍କୁ ପୋଖରୀରେ ଭାସୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ସଂଗେ ସଂଗେ ସେମାନଙ୍କୁ ନିକଟସ୍ଥ ସ୍ୟାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ହେଲେ ଡ଼ାକ୍ତର ଦୁଇ ପିଲାଙ୍କୁ ମୃତ ଘୋଷଣା କରିଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular