ନବରଙ୍ଗପୁର: ଅପହଂଚ ଇଲାକାରେ ଅନଲାଇନ ପାଠପଢା ବନ୍ଦ । ସ୍କୁଲ ବନ୍ଦ ହୋବାର ଆଜକୁ ୧୦ ମାସ ହୋଇଥିବା ବେଳେ ଅନଲାଇନ ପାଠ ପଢାରୁ ବଂଚିତ ହୋଇଛନ୍ତି ଅପହଂଚ ଇଲାକାର ଛାତ୍ରଛାତ୍ରୀ । ନବରଙ୍ଗପୁର ଉମରକୋଟ ବ୍ଲକ ଅନ୍ତର୍ଗତ ତହୋରା ପଂଚାୟତ ପଦମଝୋରୀ ଗାଁରେ ଦେଖିବାକୁ ମଳିଛି ଏପରି ଦୃଶ୍ୟ । ହାତରେ ବହିଥିବା ଜାଗାରେ ରହୁଛି ସାଇକେଲ ଟାୟାର ଓ ଚାଲିଛି ବାଟି ଖେଳ । କୋରନା ଯୋଗୁଁ ପିଲାଙ୍କ ପାଠପଢାରେ ରୋକ ଲାଗିଥିବା ବେଳେ ପାଠ ପଢା ପାଇଁ କୌଣସି ସୁବିଧା ନଥିବା ଦେଖିବାକୁ ମଳିଛି । ସେପଟେ ପିଲାଙ୍କ ପାଠପଢା ପାଇଁ ସରକାର ଅନଲାଇନ ବ୍ୟବସ୍ଥା କରିଥିବା ବେଳେ ଏଥିରୁ ବଂଚିତ ହୋଇଛନ୍ତି ପଦମଝୋରୀ ଗ୍ରାମର ଛାତ୍ରଛାତ୍ରୀ । ଗାଁରେ କୌଣସି ଅଭିଭାବକଙ୍କ ପାଖରେ ସ୍ମାର୍ଟ ଫୋନ ନଥିବା ବେଳେ ଗାଁରେ ଇଂଟରନେଟ ସୁବିଧା ମଧ୍ୟ ନାହିଁ । ଅନ୍ୟପକ୍ଷରେ କୋଭିଡ଼ ଆରମ୍ଭରୁ ଛାତ୍ରଛାତ୍ରୀଙ୍କୁ ସାହାର୍ଯ୍ୟ କରାଯାଇନଥିବା ସ୍ୱୀକାର କରିଛନ୍ତି ବ୍ଲକ ଶିକ୍ଷା ଅଧିକାରୀ । ମାତ୍ର ପାଠପଢାରେ ଶିକ୍ଷକ ମାନେ ସାହାର୍ଯ୍ୟ କରୁଛନ୍ତି । ଏବଂ ଅପହଂଚ ଇଲାକାରେ ପାଠପଢାର ତଦାରଖ କରିବେ ବୋଲି ଶିକ୍ଷା ଅଧିକାରୀ କହିଛନ୍ତି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0