କଟକ : ସେପ୍ଟେମ୍ବର ୨୧ ଓ ୨୨ ତାରିଖ ଦିନ ବନ୍ଦ ରହିବ ହାଇକୋର୍ଟ । ଏ ନେଇ ହାଇକୋର୍ଟ ରେଜିଷ୍ଟ୍ରି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ହାଇକୋର୍ଟ କାର୍ଯ୍ୟାଳୟର କେତେକ ସେକ୍ସନରେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ଘଟଣାକୁ ଦୃଷ୍ଟିରେ ରଖି ସମଗ୍ର ହାଇକୋର୍ଟ ବିଲ୍ଡିଙ୍ଗ ପରିସରକୁ ସମ୍ପୁର୍ଣ୍ଣ ଭାବେ ସାନିଟାଇଜ୍ କରାଯିବ। ଏଥିପାଇଁ ହାଇକୋର୍ଟ ଓ ଏହାର କାର୍ଯ୍ୟାଳୟ ସୋମବାର ଓ ମଙ୍ଗଳବାର ଅର୍ଥାତ୍ ଆଜି ଏବଂ କାଲି ବନ୍ଦ ରହିବ ବୋଲି ପ୍ରକାଶିତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି। ୨୧ ତାରିଖ ପାଇଁ ପ୍ରକାଶିତ କଜ୍ ଲିଷ୍ଟରେ ତାଲିକାଭୁକ୍ତ ମାମଲା ଗୁଡ଼ିକ ୨୩ ତାରିଖ ଦିନ ଶୁଣାଣି ହେବ। ୨୨, ୨୩, ୨୪, ୨୫ ତାରିଖ ପାଇଁ ପ୍ରକାଶିତ ରିଜର୍ଭ ଲିଷ୍ଟର ଜାମିନ ଆବେଦନ ଗୁଡ଼ିକ ଯଥାକ୍ରମେ ଆସନ୍ତା ୨୪, ୨୫, ୨୮ ଓ ୨୯ ତାରିଖ ଦିନ ଶୁଣାଣି କରାଯିବ ବୋଲି ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି।



Visitors Today : 0
Total Visitors : 130303
Total Views : 9891806
Visitors Online Now : 0