ନୂଆଦିଲ୍ଲୀ: ଦଶନ୍ଧିର ଶ୍ରେଷ୍ଠ କ୍ରିକେଟର ଦୌଡରେ ସାମିଲ ହେଲେ ଦୁଇ ଭାରତୀୟ କ୍ରିକେଟର ବିରାଟ କୋହଲି ଓ ରବିଚନ୍ଦ୍ରନ ଅଶ୍ୱିନ । ତେବେ ଏହାକୁ ଆନ୍ତର୍ଜାତିକ କ୍ରିକେଟ ପରିଷଦ ଆୟୋଜନ କରିଛି । ତେବେ ୨୦୧୧ରୁ ୨୦୨୦ ପର୍ଯ୍ୟନ୍ତ ୧୦ ବର୍ଷରେ ଆନ୍ତର୍ଜାତିକ କ୍ରିକେଟରେ ପ୍ରଦର୍ଶନ ଭିତ୍ତିରେ ଏହି ପୁରସ୍କାର ପ୍ରଦାନ କରାଯିବ । ଭରତୀୟ ଦଳର ଅଧିନାୟକ ବିରାଟ କୋହଲି ସମସ୍ତ ଫର୍ମାଟରେ ୫୦ରୁ ଅଧିକ ଆଭରେଜରେ ରନ କରିଛନ୍ତି । ସେ ସର୍ବମୋଟ ୭୦ଟି ଆନ୍ତର୍ଜାତିକ ଶତକ ହାସଲ କରିଛନ୍ତି । ତାଙ୍କ ପୂର୍ବରୁ ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର ୧୦୦ ଥର ଓ ରିକି ପଣ୍ଟିଂ ୭୧ ଥର ଶତକ ହାସଲ କରିଛନ୍ତି । ତେବେ କୋହଲି ଏବଂ ଅଶ୍ୱିନକୁ ଛାଡି ଦଶନ୍ଧିର ଶ୍ରେଷ୍ଠ କ୍ରିକେଟର ଦୌଡରେ ଜୋ ରୁଟ, କେନ ୱିଲିୟମସନ, ଷ୍ଟିଭେନ ସ୍ମିଥ, ଏବି ଡିଭିଲର୍ସ, ଓ କୁମାର ସାଙ୍ଗାକାରା ସାମିଲ ହୋଇଛନ୍ତି ।



Visitors Today : 0
Total Visitors : 130169
Total Views : 9891615
Visitors Online Now : 0