spot_img

ଦୁଇଟି ମାଓ କ୍ୟାମ୍ପ ଧ୍ୱଂସ

ମାଲକାନଗିରି: ମାଲକାନଗିରି ଛତିଶଗଡ ସିମାନ୍ତ ବିଜାପୁର ଓ ସୁକୁମା ଜିଲ୍ଲାରେ ଦୁଇଟି ମାଓ କ୍ଯାମ୍ପ ଧ୍ବଂସ କଲେ ସୁରକ୍ଷା କର୍ମୀ । ସୁକୁମା ଜିଲ୍ଲା ପୋଲାମପାଲି ଥାନା ଅନ୍ତର୍ଗତ ପାଲମଗୁଡା ଜଙ୍ଗଲରେ ମାଓବାଦୀମାନେ କ୍ୟାମ୍ପ କରି ରହିଥିଲେ। ସେଠାରେ ଡିଆରଜି ବାହିନୀ ପକ୍ଷରୁ କୁମିଂ ଅପରେସନ କରାଯାଇ କ୍ଯାମ୍ପକୁ ଧ୍ବଂସ କରାଯାଇଛି ।

ଅନ୍ୟପଟେ ବିଜାପୁର ଜିଲ୍ଲା ବାସାଗୁଡା ଥାନା ଅନ୍ତର୍ଗତ ପୋଲାମପାଲି ଜଙ୍ଗଲରେ ଆଉ ଏକ ମାଓ କ୍ଯାମ୍ପକୁ ଧ୍ବଂସ କରିଛନ୍ତି ସିଆରପିଏଫ ଯବାନ । ଉଭୟ ସ୍ଥାନରୁ ଯବାନ ମାନେ ବିପୁଳ ବିସ୍ଫୋରକ ସାମଗ୍ରୀ ଜବତ କରିଛନ୍ତି । ନକ୍ସଲ ମାନେ ବ୍ୟବହାର କରୁଥିବା ସାମଗ୍ରୀ ସହ ଶତାଧିକ ନକ୍ସଲ ପୋଷାକ, ପ୍ରଚାର ପତ୍ର, ସିଲେଇ ମେସିନ ଜବତ କରାଯାଇଛି । ଜବତ ସାମଗ୍ରୀ ମଧ୍ଯରେ ଛୁରି ଓ ୫୦୦ ଲୁହା କଣ୍ଟାରେ ତିଆରି ତୀର ରହିଛି ।

 

 

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular