ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ବାବ୍ରି ମସଜିଦ ଧ୍ୱଂସ ମାମଲାର ରାୟ ଆସନ୍ତା ସେପ୍ଟେମ୍ବର ୩୦ରେ ଆସିବ । ଏକ ସ୍ୱତନ୍ତ୍ର ସିବିଆଇ କୋର୍ଟ ଏହି ମାମଲାର ଶୁଣାଣି କରିବେ । ସୂଚନାଯୋଗ୍ୟ ଏହି ମାମଲା ଦୀର୍ଘ ୨୮ ବର୍ଷ ହେଲା ଚାଲୁଛି । ରାୟ ଶୁଣାଣି ଦିନ ଏହି ମାମଲାରେ ଜଡ଼ିତ ସମସ୍ତ ଅଭିଯୁକ୍ତ କୋର୍ଟରେ ହାଜର ରହିବା ପାଇଁ କୋର୍ଟ ପକ୍ଷରୁ ନିର୍ଦେଶନାମା ଜାରି କରାଯାଇଛି । ଏନେଇ ସ୍ୱତନ୍ତ୍ର ସିବିଆଇ କୋର୍ଟର ବିଚାରପତି ଏସକେ ଯାଦବ ନିର୍ଦେଶ ଦେଇଛନ୍ତି । ବାବ୍ରି ମସଜିଦ ଭାଙ୍ଗିବା ମାମଲାରେ ୩୨ଜଣ ଅଭିଯୁକ୍ତ ମାନଙ୍କ ମଧ୍ୟରେ ରହିଛନ୍ତି ଭାରତର ଉପ-ପ୍ରଧାନମନ୍ତ୍ରୀ ଏଲକେ ଆଡ଼ଭାନୀ, ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହ ଏବଂ ବରିଷ୍ଠ ବିଜେପି ନେତା ମୂରଲୀ ମନୋହର ଯୋଶୀ ଓ ବିନୟ କଟିୟାର ରହିଛନ୍ତି । ଉଲ୍ଲେଖଯୋଗ୍ୟ, ସବିଆଇ ପକ୍ଷରୁ ଏହି ମାମଲାରେ ୩୫୧ଜଣ ସାକ୍ଷୀ ଓ ୬୦୦ ତଥ୍ୟଗତ ପ୍ରମାଣ କୋର୍ଟରେ ଉଲ୍ଲେଖ କରାଯାଇଥିଲା । ଜୁଲାଇ ୨୪ରେ ଏହି ମାମଲାରେ ଭିଡ଼ିଓ କନଫେରେନ୍ସିଂ ମାଧ୍ୟମରେ ସିବିଆଇ କୋର୍ଟରେ ହାଜର ହୋଇଥିଲେ । ସେହିପରି ଭାବେ ଜୁଲାଇ ୧୩ରେ କଲ୍ୟାଣ ସିଂହଙ୍କ ବୟାନ ରେକର୍ଡ଼ କରାଯାଇଥିଲା ଏବଂ ତାହାପରେ ଜୁଲାଇ ୨୩ରେ ମୁରଲୀ ମନୋହର ଯୋଶୀଙ୍କ ବୟାନ ମଧ୍ୟ ରେକର୍ଡ଼ କରାଯାଇଥିଲା । ଏହି ବାବ୍ରି ମସଜିଦକୁ ୧୯୯୨ ମସିହା ଡ଼ିସେମ୍ବର ୬ ତାରିଖରେ କର ସେବକ ମାନଙ୍କ ଦ୍ୱାରା କରସେବକମାନଙ୍କ ଦ୍ୱାରା ଧ୍ୱଂସ କରାଯାଇଥିଲା । ଯାହାର ମୁଖ୍ୟ ଭୁମିକା ନେଇଥିଲେ ଆଡ଼ଭାନୀ ଓ ଯୋଶୀ । ତେବେ ଏହି ମାମଲାର ଚୁଡ଼ାନ୍ତ ରାୟ ଆସନ୍ତା ସେପ୍ଟେମ୍ବର ୩୦ରେ ଆସିବ ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0