spot_img

ବାଲେଶ୍ୱରରୁ ବିପୁଳ ପରିମାଣର ବ୍ରାଉନ ସୁଗାର ଜବତ

ବାଲେଶ୍ୱର: ବାଲେଶ୍ୱର ବସଷ୍ଟାଣ୍ଡରୁ ବିପୁଳ ପରିମାଣର ବ୍ରାଉନ ସୁଗାର ଜବତ ହୋଇଛି । ଶହେ କି ଦୁଇ ଶହ ନୁହେଁ , ଏକାଥରକେ ୧କିଲୋ ୩୨୫ ଗ୍ରାମର ବ୍ରାଉନ ସୁଗାର ଜବତ ହୋଇଛି । ଯାହାର ମୂଲ୍ୟ ୧କୋଟି ୩୦ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ବାଲେଶ୍ୱରରୁ ଜଣେ ବ୍ୟବସାୟୀ କିଙ୍ଗପିନ ସେକ ରିୟାଜୁଦ୍ଦିନଙ୍କ ଠାରୁ ଏହି ବ୍ରାଉନ ସୁଗାର ଜବତ କରାଯାଇଛି । ବାଲେଶ୍ୱର ବସଷ୍ଟାଣ୍ଡ ଅଞ୍ଚଳରୁ କିଙ୍ଗପିନକୁ ଭୁବନେଶ୍ୱର ଏସଟିଏଫ୍ ଟିମ୍ ଗିରଫ କରିଛି । ତେବେ ଏତେ ପରିମାଣର ବ୍ରାଉନସୁଗାର ସେ କେଉଁଠୁ ଆଣିଲେ, କାହାକୁ ବିକ୍ରି କରିଥାନ୍ତେ ଏବଂ ଏହା ପଛରେ ଆଉ କିଏ ସାମିଲ ଅଛନ୍ତି ତାକୁ ନେଇ ଖୋଳତାଡ କରୁଛି କ୍ରାଇମବ୍ରାଞ୍ଚ ଏସଟିଏଫ୍ ଟିମ୍ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular