ଭୁବନେଶ୍ୱର: ବିଧାନସଭା ସିଟ୍ରେ ଲାଗିବ କାଚ । ସମ୍ପୂର୍ଣ୍ଣ ସଂସଦ ଢ଼ାଞ୍ଚାରେ ହେବ ବିଧାନସଭା ମୌସୁମୀ ଅଧିବେଶନ । କେବଳ ପ୍ରଶ୍ନକାଳକୁ ଛାଡ଼ି ନିୟମାନୁସାରେ ଅନ୍ୟ ସବୁ ରହିବ । ଶୂନ୍ୟକାଳ, ମୁଲତବି ପ୍ରସ୍ତାବ, ମୋସନ , କଲିଂ ଆଟେନସନ୍ ଆଦି ରହିବ । ବସିବା ପାଇଁ ବିଧାୟକମାନେ ୪ ଫୁଟ୍ ଦୂରତା ବଜାୟ ରଖିବେ । ଦର୍ଶକ ଗ୍ୟାଲେରିରେ ମଧ଼୍ୟ ବସିବେ ବିଧାୟକ । ସେଥିପାଇଁ ପ୍ରସ୍ତୁତ ହୋଇଛି ୧୪୫ ସିଟ୍ । ସଂସଦ ଭଳି ବିଧାୟକଙ୍କ ସିଟ୍ ସାମ୍ନାରେ ସିଲଡ୍ କାଚ ଲଗାଯାଇଛି । ଯେଉଁ ବରିଷ୍ଠ ବିଧାୟକମାନେ ଆସିବେନି, ସେନେଇ ଆଗୁଆ ସୂଚନା ଦେବେ । ନିଜ ଘର, ଜିଲ୍ଲା ମୁଖ୍ୟାଳୟ କିମ୍ବା ଓକାକରେ ଭିସିରେ ବସି ପାରିବେ । ସବୁ ଗଣମାଧ୍ୟମର ଗୋଟିଏ ଟିମ୍କୁ ଅନୁମତି ମିଳିବ ବୋଲି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସୂଚନା ଦେଇଛନ୍ତି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0