spot_img

ହାଇସ୍କୁଲରୁ କମ୍ପ୍ୟୁଟର ଚୋରି

ବାଲିପାଟଣା : ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା ଅନ୍ତର୍ଗତ ବନମାଲୀପୁର ଫାଣ୍ଡି ଅଧିନ ସରକାରୀ ହାଇସ୍କୁଲ ବନମାଳିପୁରରୁ ଗତ କାଲି ବିଳମ୍ବିତ ରାତିରେ ଆନୁମାନିକ ୨ ଲକ୍ଷ ଟଙ୍କାରୁ ଉର୍ଦ୍ଧ ସାମଗ୍ରୀ ଚୋରି ହୋଇଛି l  ରୁମ ଗ୍ରିଲ ଏବଂ କବଟାକୁ କଟରରେ କାଟି ଚୋରି ହୋଇଥିବା ଜଣାପଡିଛି l ରାତ୍ରି ଜଗୁଆଳ ମିନା ନାୟକ ସକାଳୁ ଦେଖିବା ପରେ ପ୍ରଧାନ ଶିକ୍ଷକଙ୍କୁ ଫୋନ କରି ଜଣାଇଥିଲେ l ସେ ସ୍କୁଲରେ ରାତି ୧୨ ଟା ପର୍ୟ୍ୟନ୍ତ ଡିୟୁଟିରେ ଥିଲେ l ତାଙ୍କ ଶରୀର ଅସୁସ୍ଥ ହେବାରୁ ଘରକୁ ଚାଲି ଯାଇଥିଲେ l ଏହାର ସୁଯୋଗ ନେଇ ଦୁର୍ବୃତ୍ତ ମାନେ ଲୁଟ କରିଥିବା ବିଦ୍ୟାଳୟ କର୍ତୃପକ୍ଷ ସୂଚନା ଦେଇଛନ୍ତି ଜ୍ଝଚୋରି ହୋଇଥିବା ସାମଗ୍ରୀ ମଧ୍ୟରେ.. ୬ ଟି କମ୍ପ୍ୟୁଟର , ୧ ବେଟ୍ରି , ୧ ଷ୍ଟାବ୍ଳାଇଜର ଏବଂ କଂସା ଥାଳି, ଦୀପ , ଘଣ୍ଟ, ଘଣ୍ଟି, ଗାଙ୍ଗୁଲା ପ୍ରଭୃତି ଚୋରି ହୋଇଛି l ବିଦ୍ୟାଳୟର ପ୍ରଧାନ ଶିକ୍ଷକ କପିଳେଶ୍ଵର ସ୍ୱାଇଁ ସ୍ଥାନୀୟ ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି l ପୁଲିସ ଘଟଣା ସ୍ଥଳ ତଦନ୍ତ ଜାରି ରଖିଛି l

LEAVE A REPLY

Please enter your comment!
Please enter your name here

- Advertisment -

Most Popular