ଭୁବନେଶ୍ୱର: ଅଦୃଶ୍ୟ ମହାମାରୀ କରୋନାର କାୟା କ୍ରମଶଃ ହ୍ରାସ ପାଉଥିବା ବେଳେ ଡ଼ିସେମ୍ବର ମାସନ୍ତ ପୁଣି ଏକ ଆହ୍ୱାନ ସୃଷ୍ଟି କରିଛି | ସୂଚନା ଅନୁଯାୟୀ ଗତ ୧୪ ଦିନ ମଧ୍ୟରେ ଓଡିଶାର ୧୨ ଟି ଜିଲ୍ଲାକୁ ୬୧ ଜଣ ବ୍ରିଟେନ ଫେରନ୍ତା ଆସିଛନ୍ତି | ଏଠି ମଧ୍ୟରୁ ଭୁବନେଶ୍ୱର କୁ ୪୦ ଜଣ ,ଏହା ବାଦ କଟକ ,କୋରାପୁଟ ,ରାଉରକେଲା ,ରାଜଗାଙ୍ଗପୁର,ବଲାଙ୍ଗୀର ,ବ୍ରହ୍ମବରଦା ,ବ୍ରହ୍ମପୁର ,ଜଗତସିଂପୁର ,ନବରଙ୍ଗପୁର ,ନୟାଗଡ ,ସାକ୍ଷୀଗୋପାଳ ଓ ପୁରୀର ଲୋକ ରହିଛନ୍ତି | ବୁଧବାର ଭୁବନେଶ୍ୱରରୁ ଜଣେ ବ୍ରିଟେନ ଫେରନ୍ତା କରୋନା ପଜିଟିଭି ଚିହ୍ନଟ ହୋଇଛନ୍ତି | ତାଙ୍କୁ ବର୍ତମାନ ସରକାରୀ କୋଭିଡି ଚି଼କିତ୍ସାଳୟ ରେ ରଖି ଚିକିତ୍ସା କରାଯାଉଛି | ସଂକ୍ରମଣ ଆଶଙ୍କା ଅଧିକ ଥିବାରୁ ବ୍ରିଟେନ ଫେରନ୍ତାଙ୍କ ଉପରେ ନଜର ରଖିବାକୁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସମସ୍ତ ଜିଲ୍ଲାପାଳ ,ମହାନଗର ସଚିବ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଚିଠି ଲେଖିଛନ୍ତି | କରୋନାର ନୂଆ ଲହର ୭୦ପ୍ରତିଶତ ସଂକ୍ରାମକ ହୋଇଥିବାରୁ ଏ ନେଇ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି | ତେବେ ସବୁ ପରେ ମୁଖାବରଣ ବ୍ୟବହାର ,ବାରମ୍ବାର ସାବୁନ ରେ ହାତଧୋଇବା ସହ ସାମାଜିକ ଓ ଶାରୀରିକ ଦୂରତା ରକ୍ଷା କରିବା ପାଇଁ ବିଭାଗ ପକ୍ଷରୁ ଅନୁରୋଧ କରଯାଇଛି |



Visitors Today : 3
Total Visitors : 130169
Total Views : 9891615
Visitors Online Now : 0