କୋରାପୁଟ: ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ କଲା ଉମରକୋଟ ପୋଲିସ । ଉମରକୋଟରେ ଦିନକୁ ଦିନ ଗଞ୍ଜେଇ ମାଫିଆଙ୍କ ସଂଖ୍ୟା ବଢିବାରେ ଲାଗିଛି । କୌଣସି ସୂତ୍ରରୁ ଖବର ପାଇ ବଡଭରଣ୍ଡୀ ପଞ୍ଚାୟତର ମହୁଲି ଗ୍ରାମରେ ଦୁଇଟି ବାଇକରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଆତର୍କିତ ଭାବେ ଚଢାଉ କରିଥିଲା ଉମରକୋଟ ପୋଲିସ । ଚଢାଉରେ ପୋଲିସ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ପାଖରୁ ଦୁଇଟି ବାଇକ ଏବଂ ତିନୋଟି ମୋବାଇଲ ଜବତ କରିଛି । ତେବେ ୫୨.୪୦୦ କେଜିର ଗଞ୍ଜେଇ ଚାଲାଣ ହେଉଥିବାର ସୂଚନା ମିଳିଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0