ଗଞ୍ଜାମ : ସମ୍ପତି ଲୋଭରେ କାଠ ଫାଳିଆରେ ଭାଇ ବୋହୂକୁ ହତ୍ୟା କଲା ଦେଢଶୂର । ସମ୍ପତ୍ତି ଲୋଭରେ ନରରାକ୍ଷଶ ପାଲଟିଥିଲା ଦେଢଶୂର । ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା କୁକୁଡାଖଣ୍ଡି ଗ୍ରାମ ପଞ୍ଚାୟତର ବାଲିପଡା ଗ୍ରାମରେ । ସୂଚନା ମୁତାବକ, ଗ୍ରାମର ସୁଷମ ବିଶୋଇ ବିଲକୁ ମୁଗ ଅମଳ କରିବା ପାଇଁ ଯାଇଥିଲେ । ଠିକ୍ ସେହି ସମୟରେ ଦେଢଶୂର ସୁଷମାଙ୍କୁ କଟୁରୀ ଓ କାଠ ଫାଳିଆ ସାହାର୍ଯ୍ୟରେ ହାଣି ହତ୍ୟା କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ସୁଷମାଙ୍କର କୌଣସି ପିଲା ଛୁଆ ନଥିବା ବେଳେ ସ୍ୱାମୀଙ୍କର ମଧ୍ୟ ଦୀର୍ଘ ବର୍ଷ ହେବ ମୃତୁ୍ୟ ହୋଇଥିଲା । କାଳେ ସୁଷମା ସମ୍ପତ୍ତି ପାଇଁ ଦାବି କରିବେ ସେଥିପାଇଁ ଅଭିଯୁକ୍ତ ତାଙ୍କୁ ହତ୍ୟା କରିଥିବା ସୂଚନା ମିଳିଛି । ବାଲିପଡା ଗ୍ରାମର ଏକ ଘର ମଧ୍ୟରୁ କଟୁରୀ ଓ କାଠ ଫାଳିଆ ଜବତ ସହ ତଦନ୍ତ ଚଳାଇଛି ସଦର ଥାନା ପୋଲିସ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0