କରୋନା ମୁକାବିଲା ପାଇଁ ଦେଶର ବିଭିନ୍ନ ସ୍ଥାନରେ ଲକଡାଉନ ଓ ସଟଡାଉନ ଜାରି ରହିଛି । ଏହା ଭିତରେ ମଧ୍ୟ ଅନଲକ୍ ୧ ଓ ଅନଲକ୍ ୨ର ଗାଇଡଲାଇନ ଆଧାରରେ ସାଧାରଣ ଜନଜୀବନ କେତାକାଂଶରେ ସ୍ୱାଭାବିକ ହେବାରେ ଲାଗିଛି । ମାତ୍ର ଜୁଲାଇ ୩୧ରେ ଅନଲକ୍ ୨ ଶେଷ ହେବାକୁ ଯାଉଥିବା ବେଳେ ଅନଲକ୍ ୩ ପାଇଁ ସରକାର ପ୍ରସ୍ତୁତ ହେଉଥିବା ସୂଚନା ମିଳିଛି । ଅନଲକ୍ ୩ରେ ସିନେମା ହଲ ଓ ଜିମ୍ ସେଣ୍ଟର ଖୋଲିପାରେ । ଏନେଇ ସୂଚନା ପ୍ରସାରଣ ବିଭାଗ, ଗୃହ ମନ୍ତ୍ରଣାଳୟକୁ ଏକ ପ୍ରସ୍ତାବ ଦେଇଥିବା ସୂଚନା ମିଳିଛି । ଅଗଷ୍ଟ ପହିଲାରୁ ସିନେମା ହଲ୍ ଖୋଲାଯିବା ପାଇଁ ଏଥିରେ ପ୍ରସ୍ତାବ ରହିଛି ।

ଅନଲକ୍ ୩ରେ ସାମାଜିକ ଦୂରତା ସହିତ ସିନେମା ହଲ ଖୋଲା ଯାଇପାରେ । ଏନେଇ ଆଗରୁ ସୂଚନା ପ୍ରସାରଣ ମନ୍ତ୍ରଣାଳୟ ସହ ସିନେମା ହଲ୍ ମାଲିକମାନଙ୍କର କଥାବା ର୍ତ୍ତା ହୋଇଥିଲା । ଏହି ଆଲୋଚନାରେ ମନ୍ତ୍ରଣାଳୟ ପ୍ରଥମରୁ ୨୫ସିଟ୍ ସଂଖ୍ୟକ ଦର୍ଶକଙ୍କୁ ନେଇ ହଲ୍ ଖୋଲିବା ପାଇଁ ଚାହୁଁଥିବା ବେଳେ ହଲ ମାଲିକମାନେ ୫୦ସିଟ୍ ସଂଖ୍ୟକ ଦର୍ଶକଙ୍କ ସହିତ ଥିଏଟର ଆରମ୍ଭ କରିବାକୁ କଥାବର୍ତ୍ତା ହୋଇଥିଲା । ସିନେମା ହଲ ସହିତ ଜିମ୍ ସେଣ୍ଟର ମଧ୍ୟ ଖୋଲାଯାଇପାରେ । ସୂଚନା ଅନୁଯାୟୀ ଏବେ ସ୍କୁଲ ଓ ମେଟ୍ରୋ ଖୋଲିବା ପାଇଁ ବିଚାର କରାଯାଇନାହିଁ । ଦେଶରେ ବର୍ତ୍ତମାନ କରୋନା ସଂକ୍ରମିତଙ୍କୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି । ବିଭିନ୍ନ ରାଜ୍ୟକୁ ମଧ୍ୟ ଅନଲକ୍ ୩ରେ କିଛି କ୍ଷେତ୍ରରେ ରିହାତି ଦିଆଯାଇପାରେ ।
କରୋନା ମୁକାବିଲା ପାଇଁ ମାର୍ଚ୍ଚ ମାସଠାରୁ ପୁରା ଦେଶରେ ଲକଡାଉନ ନିୟମ ଜାରି କରାଯାଇଥିଲା । ୩୦ଜୁନରେ ଅନଲକ୍ ୧ ନିୟମ ଆଧାରରେ କେତେକ ଆର୍ଥିକ ଅନୁଷ୍ଠାନ ଉପରେ କିଛି ନିୟମ କୋହଳ କରାଯାଇଥିଲା । ପରେ ଜୁଲାଇରେ ଅନଲକ ୨ ଆରମ୍ଭ ହୋଇଛି । ଯାହା ଆସନ୍ତା ୩୧ରେ ଶେଷ ହେବାକୁ ଯାଉଛି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0