ଯେପର୍ଯ୍ୟନ୍ତ ସ୍କୁଲ ଖୋଲିନାହିଁ ଛାତ୍ରଛାତ୍ରୀଙ୍କୁ ଫିସ୍ ମାଗିପାରିବେନି କୌଣସି ବି ବିଦ୍ୟାଳୟ କର୍ତ୍ତୃପକ୍ଷ । ଏପରିକି ସ୍କୁଲ ଫି ଜମା କରିବାରେ ଅସମର୍ଥ ଥିବା କୌଣସି ବି ଛାତ୍ର କିମ୍ବା ଛାତ୍ରୀମାନଙ୍କୁ ବିଦ୍ୟାଳୟରୁ ବାହାର କରିପାରିବେନି ଶିକ୍ଷାନୁଷ୍ଠାନ ମାଲିକ । ଯଦି ଏଭଳି କୌଣସି ଅଭିଯୋଗ ସାମ୍ନାକୁ ଆସେ ତେବେ ସଂପୃକ୍ତ ଅନୁଷ୍ଠାନ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚରମ ନିଷ୍ପତି ଶୁଣାଇଛନ୍ତି ଗୁଜରାଟ ହାଇକୋର୍ଟ । ଗୁଜରାଟ ଶିକ୍ଷା ବିଭାଗ ତରଫରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ ଲକଡାଉନ କଟକଣା କାଳରେ କୌଣସି ବି ଅଭିଭାବକଙ୍କୁ ସ୍କୁଲ ଫିସ୍ ପାଇଁ କହିପାରିବେନି ସ୍କୁଲ କର୍ତ୍ତୃପକ୍ଷ । ଏଥି ସହିତ ହିଁ ତାଲାବନ୍ଦ ଅବଧି ଭିତରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ୟ୍ୟନ୍ତ କୌଣସି ବି ଛାତ୍ରଛାତ୍ରୀଙ୍କୁ ଟ୍ୟୁସନ ଫି ପାଇଁ ସ୍କୁଲରୁ ବାହାର କରିପାରିବେନି ଶିକ୍ଷାନୁଷ୍ଠାନ ମାଲିକ । ଘରୋଇ ସ୍କୁଲମାନଙ୍କରେ ଅଭିଭାବକଙ୍କୁ ନେଇ କୌଣସି ପ୍ରକାରର ସାମୂହିକ ବୈଠକ ମଧ୍ୟ କରାଯିବ ନାହିଁ । ସେହିଭଳି କରୋନା ମହାମାରୀକୁ ନଜରରେ ରଖି ଏବଂ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ବିଦ୍ୟାଳୟମାନଙ୍କରେ ଚାଲିଥିବା ଅନଲାଇନ କ୍ଲାସ ନିମନ୍ତେ ମଧ୍ୟ ଫିସ୍ ଆଦାୟ କରିପାରିବେ ନାହିଁ ଶିକ୍ଷାନୁଷ୍ଠାନ ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0