ନବରଙ୍ଗପୁର : ନବରଙ୍ଗପୁର ସ୍ଥିତ ଏସବିଆଇ ବ୍ୟାଙ୍କର ଜଣେ କର୍ମଚାରୀ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ବ୍ୟାଙ୍କକୁ ୪୮ ଘଣ୍ଟା ପାଇଁ ବନ୍ଦ ଘୋଷଣା କଲେ ବ୍ୟାଙ୍କ ଉଚ୍ଚ କର୍ତ୍ତୃପକ୍ଷ । ସରକାରଙ୍କ SOP ଅନୁଯାୟୀ ବ୍ୟାଙ୍କ ବିଲ୍ଡିଂକୁ ସାନିଟାଇଜ୍ କରିବା ପାଇଁ ୨୭ ଓ ୨୮ ତାରିଖ ଦୁଇ ଦିନ ବ୍ୟାଙ୍କକୁ ବନ୍ଦ ଘୋଷଣା କରାଯାଇଛି ।
୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ୩୧ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୯୯ରେ ପହଞ୍ଚିଛି । ସେଥିମଧ୍ୟରୁ ୬୨୮ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ୩୭୮ଟି ଆକ୍ଟିଭ କେସ୍ ରହିଛି । ସେଥିମଧ୍ୟରୁ ୨୧୯ ଜଣ ହୋମ୍ ଆଇସୋଲେସନରେ ଅଛନ୍ତି ।



Visitors Today : 2
Total Visitors : 130171
Total Views : 9891617
Visitors Online Now : 0