spot_img

ବିଶ୍ୱବିଦ୍ୟାଳୟରେ ‘ସାଇବର୍ ସିକ୍ୟୁରିଟି ’

ନୁଆଦିଲ୍ଲୀ: କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ସୁତ୍ରରୁ ନୂଆ ଶିକ୍ଷା ଗାଇଡ଼୍ ଲାଇନ ପ୍ରଚଳନ କରାଯିବାର ବ୍ୟବସ୍ଥା କରାଯାଉଛି । ଶିକ୍ଷାନୁଷ୍ଠାନ ପାଠ୍ୟକ୍ରମ ବା ‘ ସିଲାବସ୍ ରେ ‘ସାଇବର୍ ସିକ୍ୟୁରିଟି ଆଲର୍ଟନେସ୍’ ପ୍ରଚଳନ କରାଯିବ । ହେଲେ ପ୍ରଥମେ ଏହାକୁ ଉଚ୍ଚଶିକ୍ଷା ପ୍ରତିଷ୍ଠାନ ର ‘ସିଲାବସ୍’ ରେ ପ୍ରଚଳନ କରାଯିବାର ଜଣାପଡ଼ିଛି । ଶିକ୍ଷାମନ୍ତ୍ରାଳୟ ସଚିବ ପ୍ରଫେସର ରଜନୀଶ ଜୌନ ‘ସାଇବର୍ ସିକ୍ୟୁରିଟି ଆୱାରନେସ୍’ ପ୍ରଣୟନ କରିବା ପାଇଁ ବିଶ୍ୱବିଦ୍ୟାଳୟ କୂଳପତି ମାନଙ୍କ ନିକଟକୁ ପତ୍ର ଲେଖିଛନ୍ତି । ସାଇବର୍୍ ସିକ୍ୟୁରିଟି ଷ୍ଟାଟ -ଅଫ ସମ୍ବନ୍ଧୀୟ କାର୍ଯ୍ୟ କରିବାକୁ ଶିକ୍ଷା ସଂଗଠନକୁ ଉତ୍ସାହ ଦେବା ଏବଂ ସମ୍ମାନ୍ନିତ କରିବା ସହ ‘ହ୍ୟକସନ୍’ ଆୟୋଜନ କରିବାକୁ ମଧ୍ୟ ଏହି ପତ୍ରରେ ଉଲ୍ଲେଖ କରାଯାଇଛି । ଏହା ସହ ପତ୍ର ରେ ଆହୁରି ଅନେକ କିଛି ତଥ୍ୟ ସମ୍ପର୍କରେ ଉଲ୍ଲେଖ କରାଯାଇଛି । ଉଦ୍ଧେଶ୍ୟମୂଳକ, ଆକସ୍ମିକ, ମାନବକୃତ କିମ୍ବା ପ୍ରାକୃତିକ ଘଟଣା ଦୁର୍ଘଟଣା କୁନେଇ ଆଜିର ନେଟୱାର୍କ ଦୁନିଆରେ ‘ସାଇବର୍ ସିକ୍ୟୁରିଟି ଆୱାରନେସ୍’ ଚିନ୍ତାର ପ୍ରଧାନ ବିଷୟ ହୋଇଯାଇଛି ।


ସେପଟେ ସରକାର ‘ନ୍ୟାସନାଲ ସିକ୍ୟୁରିଟି ଷ୍ଟ୍ରାଟେଜି’ କାଗଜପତ୍ର ପ୍ରସ୍ତୁତ କରିବା ପ୍ରକ୍ରିୟା ଚଳାଇଛନ୍ତି । ସ୍ମୁଲ ସ୍ତରରୁ ଏହାକୁ ଆରମ୍ବ କରିବାକୁ ନିସ୍ପତ୍ତି ନେଇଛନ୍ତି । ସ୍କୂୁଲ ପାଠ୍ୟକ୍ରମରୁ ଆରମ୍ବ ହୋଇ ଏହି ପଦକ୍ଷେପ ଆଗକୁ ବଢିବ । ଆଇଟି ଆଇ ଓ ଉଚ୍ଚ ଶିକ୍ଷା ସ୍ତରୀୟ ‘ସିଲାବସ୍’ ରେ ‘ଅଫେନସିଭ୍’ ଏବଂ ଡ଼ିଫେନସିଭ୍’ ଆଦି ଅନ୍ତର୍ଭୁକ୍ତ କରାଯିବ ବୋଲି ନିସ୍ପତ୍ତି ନିଆଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular