ବଲାଙ୍ଗିଲ: ଆସନ୍ତା କାଲିଠାରୁ ୪ ଦିନ ପାଇଁ ବଲାଙ୍ଗିର ସଟଡାଉନ ହେବ । କରୋନା ସଂକ୍ରମଣ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ଆସନ୍ତା କାଲିଠାରୁ ଅଗଷ୍ଟ ୩ ପର୍ଯ୍ୟନ୍ତ ବଲାଙ୍ଗିର ଜିଲ୍ଲା ସଡଟାଉନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏନେଇ ନିଦେ୍ର୍ଦଶନାମା ଜାରି ହୋଇଛି । ଏହି ସମୟରେ ସମସ୍ତ ଜରୁରୀ ସେବା ଜାରି ରହିବ । ଯେମିତିକି ହସ୍ପିଟାଲ, ନର୍ସିଂହୋମ, ମେଡିସିନ୍ ଷ୍ଟୋର ଖୋଲା ରହିବ । ପେଟ୍ରୋଲ ପମ୍ପ ସହିତ ଟେଲିକମ ସେବା ମଧ୍ୟ ଉପଲବ୍ଧ ହେବ । ସଟଡାଉନ ସମୟରେ ଅନ୍ୟ ଦୋକାନ ବଜାର ସବୁ ବନ୍ଦ ରହିବ । ଜରୁରୀ ସେବାରେ ନିୟୋଜିତ ସମସ୍ତ କର୍ମଚାରୀ ଓ ଗଣମାଧ୍ୟମ କର୍ମଚାରୀ ମାନଙ୍କୁ ଏହି କଟକଣାରୁ ବାଦ୍ ଦିଆଯାଇଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0