spot_img

କ୍ରିକେଟରୁ ସନ୍ୟାସ ନେଲେ ପାକିସ୍ଥାନ କ୍ରିକେଟର ଉମରଗୁଲ

ଲାହୋର: ପାକିସ୍ଥାନ ଦଳର ଦ୍ରୁତ ବୋଲର ଉମରଗୁଳ ଆଜି କ୍ରିକେଟରୁ ସନ୍ୟାସ ନେବାର ଘୋଷଣା କରିଛନ୍ତି । ତେବେ ପାକିସ୍ଥାନରେ ଖେଳାଯାଉଥିବା ଟି-୨୦ କପର ସମାପ୍ତ ପରେ ପରେ ହିଁ ସେ ଏହି ଘୋଷଣା କରିଥିବାର ସୂଚନା ମିଳିଛି । ତାହାଲେ ୨୦୧୬ରେ ଗୁଲ ତାଙ୍କର ଶେଷ ମ୍ୟାଚ ଭାବେ ପାକିସା୍ଥନ ପକ୍ଷରୁ ଖେଳିଥିଲେ । ଅନ୍ୟପଟେ ସେ ନେସନାଲ ଟି-୨୦ କପ ମ୍ୟାଚରେ ବଲୁଚିସ୍ଥାନ ଦଳ ପକ୍ଷରୁ ସେ ପ୍ରତିନିଧୀତ୍ୱ କରିଥିଲେ । ସୂଚନା ଅନୁସାରେ, ଅମର ଗୁଲ ନିଜ ଟ୍ୱିଟର ଆକାଉଣ୍ଟରୁ ଟ୍ୱିଟ କରି ଏ ବିଷୟରେ ସମସ୍ତଙ୍କୁ ଅବୋଗତ କରାଇଥିଲେ । ଏହା ସହ ନିଜ ଟ୍ୱିଟରେ କହିଛନ୍ତି, ‘ମୁଁ ମୋ ଦେଶ ପାକିସ୍ଥାନ ପାଇଁ ସମର୍ପିତ ହୋଇ ପ୍ରତ୍ୟେକ ମ୍ୟାଚ ଖେଳିଲି । କ୍ରିକେଟ ମୋର ପ୍ରଥମ ପ୍ରେମ ରହିବ ଏବଂ ସମସ୍ତ ଭଲ ଜିନିଷର ଦିନେନା ଦିନେ ଅନ୍ତ ଘଟେ ।’ ତେବେ ଗୁଲଙ୍କ ଏପରି ପୋଷ୍ଟ ଦେଖି କ୍ରିକେଟ ପ୍ରେମୀଙ୍କ ମନରେ ଦୁଃଖର ବାଦଲ ଘେରି ଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular