ବ୍ୟୁରୋ ରିପୋର୍ଟ: ନବରାତ୍ର ସମୟରେ କଣ ଖାଆନ୍ତି ମୋଦି । ଆଜିଠାରୁ ଆରମ୍ଭ ହୋଇଛି ନବରାତ୍ର ପୂଜା ।ଏହି ନବରାତ୍ର ୯ଦିନ ପ୍ରଧାନମନ୍ତ୍ରୀ ମୋଦି ସମ୍ପୂର୍ଣ୍ଣ ଉପବାସରେ ରହିଥାନ୍ତି, କେବଳ ପାଣି ପିଇଥାନ୍ତି । ଗତ ୪୦ ବର୍ଷ ଧରି ନବରାତ୍ରରେ ସମ୍ପୂର୍ଣ୍ଣ ଉପବାସ ବ୍ରତ କରିଆସୁଛନ୍ତି ମୋଦି । ୨୦୧୪ ମସିହାରେ ମୋଦି ଯେତେବେଳେ ଆମେରିକା ଗସ୍ତରେ ଯାଇଥିଲେ, ସେତେବେଳେ ତାଙ୍କ ସମ୍ମାନାର୍ଥେ ହ୍ବାଇଟ୍ ହାଉସରେ ରାତ୍ରି ଭୋଜନର ବ୍ୟବସ୍ଥା କରିଥିଲେ ତତ୍କାଳୀନ ଆମେରିକା ରାଷ୍ଟ୍ରପତି ବାରାକ ଓବାମା । କିନ୍ତୁ ଯେତେବେଳେ ମୋଦି ଏଠାରେ କେବଳ ଲେମ୍ବୁ ପାଣି ପିଇଥିଲେ, ସେତେବେଳେ ସବୁଠି ଏହାକୁ ନେଇ ଚର୍ଚ୍ଚା ହୋଇଥିଲା । ପୂରା ୯ ଦିନ ଧରି ମୋଦି କେମିତି ଉପବାସ ରହନ୍ତି, ସମ୍ପୂର୍ଣ୍ଣ ଉପବାସରେ ରହିଲେ ମଧ୍ୟ ତାଙ୍କ କାମ ଟିକିଏ ବି ପ୍ରଭାବିତ ହୁଏନାହିଁ, କଣ ରହିଛି ଏହାପଛର ରହସ୍ୟ । ନବରାତ୍ର ସମୟରେ ମୋଦି ସାରାଦିନ ଉପବାସରେ ରହନ୍ତି, ସଂଧ୍ୟାରେ କେବଳ ଲେମ୍ବୁପାଣି ପିଇଥାନ୍ତି । ସାଧାରଣତଃ ନବରାତ୍ର ସମୟରେ ଗୁଜରାଟରେ ବ୍ରତଧାରୀମାନେ ଶାଗୁଦାନାରେ ତିଆରି ଖାଦ୍ୟ ଖାଇଥାନ୍ତି । କିନ୍ତୁ ମୋଦି ଏସବୁ ଖାଆନ୍ତି ନାହିଁ । ଏହି ସମୟରେ ମଧ୍ୟ ସେ ଅନ୍ୟଦିନ ଭଳି ସକାଳୁ ଉଠି ଯୋଗ ଏବଂ ଧ୍ୟାନ କରନ୍ତି । ଏହି ୯ଦିନ ସେ ଅଧିକ କଥାବାର୍ତ୍ତା କରନ୍ତି ନାହିଁ । ବିଜୟା ଦଶମୀ ଦିନ ଦେବୀ ଦୁର୍ଗାଙ୍କ ପୂଜା କରିବା ପରେ ମୋଦି ବ୍ରତ ଭାଙ୍ଗିଥାନ୍ତି ।



Visitors Today : 2
Total Visitors : 130168
Total Views : 9891614
Visitors Online Now : 0